ବାବାସାହେବ ଆମ୍ବେଦକର ସେବା ସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ):ବାବାସାହେବ ଆମ୍ବେଦକର ସେବା ସଂଘ ପକ୍ଷରୁ ଆଜି ଆନନ୍ଦପୁର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି। ସଂଘର ସମ୍ପାଦକ ଚତୁର୍ଭୁଜ ଯେନା,ଉପ ସଭାପତି ପ୍ରାଣନାଥ ଯେନା, ଉପ ସଭାପତି ଶ୍ରୀକାନ୍ତ ଯେନା, ଉପଦେଷ୍ଟା ହରିହର ଦାସ, କିଶୋର କୁମାର ପେରେଇ, ବିଦେଶୀ ଚରଣ ଯେନା, ଦଶରଥ ଯେନା, ଭଗବାନ ଯେନା, ଅଭିମନ୍ୟୁ ଯେନା, ରବିନ୍ଦ୍ର ପ୍ରସାଦ ଚାନ୍ଦ ପ୍ରମୁଖ ଇଞ୍ଚୋଳ ଠାରେ ବିଧାୟକଙ୍କୁ ଭେଟି ସୁଡୁଶୁଡିଆ ଠାରେ ଖୋଲା ଆକାଶ ତଳେଥିବା ଭୀମ ରାଓଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ଘୋଡଣି, ଅଲୋକୀକରଣ ଓ ସଂଘର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ସମ୍ପର୍କରେ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ସେଠି ଦାବି ଗୁଡିକ ପୁରଣ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


