ବାବା ଐଶାନେଶ୍ୱରଙ୍କ କ୍ଷୀରସାଗର ଉତ୍ସବ
କୋଣାର୍କ (ଯୁଗାବ୍ଦ ନ୍ୟୁଜ): କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ବାବା ଐଶାନେଶ୍ୱର ଶିବ ମନ୍ଦିରରେ ଶନିବାର ୪ର୍ଥ କ୍ଷୀର ସାଗର ଉତ୍ସବ ପାଳିତ ହୋଇଯାଇଛି । ଭୋରୁ ବାବା ଐଶାନେଶ୍ୱରଙ୍କର ସ୍ନାନ ଓ ନୀତି ସରିବା ପରେ ବାବାଙ୍କ ଉପରେ କ୍ଷୀର ଢ଼ଳା ଆରମ୍ଭ ହୋଇଥିଲା । ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତ କ୍ଷୀର ଆଣି ଢ଼ାଳିଥିଲେ । କୋଡିଏ ହଜାରରୁ ଊଦ୍ଧ୍ୱର୍ ଲିଟର କ୍ଷୀର ଢ଼ଳା ଯାଇଥିବା ମୁଖ୍ୟ ପୂଜକ ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । ପୂଜକ ଶ୍ରୀ ପଣ୍ଡା ଓ ଅଭୟ ପାଖୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ଭଜନକୀର୍ତ୍ତନ ସହ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।