ବାବା କାଳେଶ୍ୱର ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ପାଳିତ

ଫୁଲବାଣୀ, (ସୁନିଲ କୁମାର ବେହେରା) :-ଫୁଲବାଣୀ ସହରର ଏଫସିଆଇ ଛକ ନିକଟରେ ଥିବା ବାବା କାଳେଶ୍ଵର ମନ୍ଦିରରେ ଶନିବାର ରାତିରେ ବଡ଼ ଧୁମଧାମରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦ୍ଵାର ଫିଟା ନୀତି ସଂପନ୍ନ ପରେ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ଗୋ ପୂଜା ରୁଦ୍ରାଭିଷେକ ଉତ୍ସବ ଆଦି ଅନୁଷ୍ଠିତ ହୋଇଥିଲା । ଦେବଦେବ ମହାଦେବଙ୍କୁ ବରବେଶରେ ସଜ୍ଜିତ କରାଯାଇଥିଲା । ଫୁଲବାଣୀ ଏଫସିଆଇ ଛକର ବ୍ୟବସାୟୀ ରାମନାଥ ସାହୁ କନ୍ୟାପକ୍ଷ ଦାୟୀତ୍ଵ ତୁଲାଇ ଥିବା ବେଳେ ସୋମନାଥ ମହାପାତ୍ର ବରପକ୍ଷ ସାଜିଥିଲେ । ସମସ୍ତ ରିତିନିତୀରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନଜିବୀ ବିଜୟ ମହାନ୍ତି, ତୀର୍ଥ ଜାନୀ, ବରିଷ୍ଠ ସାମ୍ବାଦିକ ତ୍ରୀନାଥ ସାହୁ,ସନ୍ତୋଷ ଦିଗାଲ ପ୍ରମୁଖଙ୍କ ସମେତ ଅଶୋକ ମିଶ୍ର ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟମାନେ ସୁଚାରୁ ରୁପେ ଦାୟୀତ୍ଵ ସମ୍ପନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଭକ୍ତ ଯୋଗ ଦେଇଥିଲେ । ରବିବାର ଶୀବପାର୍ବତୀ ଙ୍କ ସାହୀ ପରିକ୍ରମା କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ