ବାବା ଖଗେଶ୍ୱର ଶିକ୍ଷକ କଲ୍ୟାଣ ସମିତିର ବାର୍ଷିକ ଉତ୍ସବ
ବନ୍ତ,(ଯୁଗାଦ୍ଧ ନ୍ୟୁଜ) : ରବିବାର ବନ୍ତ ବ୍ଲକ ଛୟାଳସିଂସ୍ଥିତ ଖଗେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାବା ଖଗେଶ୍ୱର ଶିକ୍ଷକ କଲ୍ୟାଣ ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲଷ୍ଟର ସ୍ତରୀୟ ଏକ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଖଗେଶ୍ୱର ହାଇସ୍କୁଲର ଛାତ୍ରୀ ପୂର୍ଣ୍ଣିମା ସାହୁ ଓ ବି.ପି.ହାଇସ୍କୁଲର ଛାତ୍ର ଅଜିତ୍ ରାଉତଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମିତିର ସ୍ଥାୟୀ ସଭାପତି ଅନାମ ଚରଣ ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଅଜୟ କୁମାର ପୃଷ୍ଟି, ଶଶୀ ଶେଖର କରଶର୍ମା, ସାଧନ କେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇଥିଲେ । ଅନିମା ଦାଶ ଅତିଥି ପରିଚୟ, ଶିକ୍ଷକ କଲ୍ୟାଣ ସମିତିର ସଂପାଦକ ମାର୍କଣ୍ଡ ଚରଣ ନାୟକ ବିବରଣୀ ପାଠ, କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ଚଢେଇ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ କୁମାର ନାୟକ, ଆନନ୍ଦ ଚରଣ ରାଉତ, ଭଗବାନ ନାୟକ, ସୁବାଷ ଚନ୍ଦ୍ର ପଣ୍ଡା, ବିଜୟ କୁମାର ପାକଳ, ଅନିରୁଦ୍ଧ ଜେନା, ରାଜେନ୍ଦ୍ର କୁମାର ପାତ୍ର, ଶ୍ରୀକାନ୍ତ ପଣ୍ଡା, ବଳରାମ ଜେନା, ଟୁଟୁ କୁମାର ପାଳ, ଶ୍ୟାମ ସୁନ୍ଦର ଗିରି, ସହଦେବ ବେହେରା, କିଶୋର ନାୟକ, ହୃଷିକେଶ ଦାସ, ସୁଦର୍ଶନ ଘଡାଇ, ଗଣେଶ ଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ।