ବାବା ସ୍ୱପ୍ନେଶ୍ୱର ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ଯଜ୍ଞ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗୁହାଳଗଡିଆ ଓ ନିସଙ୍ଗପୁର ଗ୍ରାମରେ ବାବା ସ୍ୱପ୍ନେଶ୍ୱର ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ପୂଜାକାର୍ଯ୍ୟରେ ପଣ୍ଡିତ ରମେଶ ପଣ୍ଡା ଓ ବାପୁ ପଣ୍ଡା ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ମାୟାଧର ଖୁଣ୍ଟିଆ ଓ ସେବତୀ ଖୁଣ୍ଟିଆ କର୍ତ୍ତାଭାବେ ସାମିଲ ହୋଇଥିଲେ । ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରତ୍ନମୁଦ ପ୍ରତିଷ୍ଠା କାର୍ଯ୍ୟରେ ଏ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ନିଜ ନିଜର ସାମର୍ଥ୍ୟ ମତେ ନବ ନିର୍ମିତ ମନ୍ଦିରର ରତ୍ନ ଭଣ୍ଡାରରେ ଧନରତ୍ନ ପକାଇ ଏହାକୁ ପୁର୍ଣ୍ଣ କରିଥିଲେ । ଦୟାନିଧି ବ୍ରହ୍ମ, ନାରାୟଣ ଜେନା, ରବିନ୍ଦ୍ର କୁମାର ଜେନା, ଦେବେନ୍ଦ୍ର କୁମାର ଜେନା, ପ୍ରହ୍ଲାଦ ଜେନା, ପ୍ରଦୀପ ଖୁଣ୍ଟିଆ, ହାଡିବନ୍ଧୁ ଜେନା, ସୁଦର୍ଶନ ଜେନା, ମନ୍ମଥ ଜେନା, ଗାଙ୍ଗୁଲି ଜେନା, ନିରାକାର ପରିଡାଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।