ବାବୁସାନ୍ଙ୍କୁ ଏହି ଅଭିନେତ୍ରୀ ଲାଗନ୍ତି ଏନର୍ଜେଟିକ୍
ଓଲଉଡ୍ରେ ସବୁଠୁ ଅଧିକ ହିରାଇନ୍ଙ୍କ ସହ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ବାବୁସାନ୍ । ଆଉ ଏଥର ଦଶହରାରେ ତାଙ୍କର ରିଲିଜ୍ ହେବାକୁ ଥିବା ଫିଲ୍ମ “ମିଷ୍ଟର ମଜ୍ନୁ’ ରେ ଅଛନ୍ତି ତିନି ଜଣ ହିରୋଇନ୍ । ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମରେ ତାଙ୍କ ସହିତ ସୂର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ ଲିଡ୍ ରୋଲରେ ଅଭିନୟ କରୁଛନ୍ତି ।
“ଓଟିଭି’ର ଗପସପ କାର୍ଯ୍ୟକ୍ରମରେ ବାବୁସାନଙ୍କୁ ଏହି ତିନି ହିରୋଇନ୍ଙ୍କ ମଧ୍ୟରୁ କିଏ ଅଧିକ ଏନର୍ଜେଟିକ୍ ଲାଗନ୍ତି ବୋଲି ପଚରା ଯାଇଥିଲା । ଏହାର ଉତ୍ତରରେ ସେ ଦିବ୍ୟାଙ୍କ ନାଁ ନେଇଥିଲେ ।
ବାବୁସାନ୍ କହିଥିଲେ, ଦିବ୍ୟା ସେଟରେ ସବୁବେଳେ ଚଳଚଞ୍ଚଳ ରହନ୍ତି । ପ୍ରତି ଶଟକୁ ସେ ଏକଦମ୍ ଦମ୍ଦାର ଢଙ୍ଗରେ ଦିଅନ୍ତି । ଏହା ସହିତ ଦିବ୍ୟା ତାଙ୍କ ପ୍ରଥମ ସିନେମାରୁ ବମ୍ ପରି ଫୁଟିଛନ୍ତି ଅର୍ଥାତ୍ ଦମ୍ଦାର ଅଭନୟ ସହ ସେ ଜବରଦସ୍ତ ନାଚି ଚାଲିଛନ୍ତି ବୋଲି ସେ କହିଥିଲେ ।
ବାବୁସାନ୍ ଏ କଥା କହିବା ବେଳେ ଦିବ୍ୟାଙ୍କ ସହିତ ସୂର୍ଯ୍ୟମୟୀ ଓ ଶୀତଲ ବି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, “ମିଷ୍ଟର୍ ମଜ୍ନୁ’ ଫିଲ୍ମରେ ବାବୁସାନ୍ଙ୍କୁ ଆପଣ ଏକ ଭିନ୍ନ ଲୁକରେ ଦେଖିବାକୁ ପାଇବେ । ସେ ଏଥିରେ ଆଗ ଅପେକ୍ଷା ଖୁବ୍ ସ୍ଲିମ୍ ଦେଖାଯାଉଛନ୍ତି ।


