ବାବୁସାନ୍ଙ୍କ ଲକି ଚାମ୍ ସ୍ୱୟମ୍
୨୦୧୮ରେ ରିଲିଜ୍ ହୋଇଥିବା “ତୁ ନୂଆ ଶାୟରୀ ନା ନୂଆ କବିତା’ ଗୀତରୁ ସେ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ । ନିକଟରେ “ତୁ ଚଞ୍ଚଳ ନଈ ଟେ’ ଗୀତ ଗାଇ ଚହଳ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଗାୟକ ସ୍ୱୟମ ପାଢ଼ି । ଓଲିଉଡର ଆତିଫ୍ ଅସଲମ୍ କୁହାଯାଉଥିବା ସ୍ୱୟମ କୁଆଡ଼େ ବାବୁସାନ୍ଙ୍କ ଲକି ଚାମ୍ । ଏକଥା ଆମେ ନୁହେଁ, ନିଜେ ବାବୁସାନ୍ କହିଛନ୍ତି । ଗତବର୍ଷଠୁ ସ୍ୱୟମ ଡେବ୍ୟୁ କରିବା ପରେ ସଙ୍ଗୀତ ଦୁନିଆରେ ରୋମାନ୍ସର ମାତ୍ରା ବଢ଼ିବାରେ ଲାଗିଛି । ସେ ଆସିବା ପରେ ରୋମାଣ୍ଟିକ୍ ଗୀତକୁ ଏକ ଭିନ୍ନ ରୂପ ମିଳିଛି ଏବଂ ଲୋକମାନେ ତାଙ୍କ ଗୀତକୁ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି । ଏଥିସହ ବାବୁସାନ୍ କହିଥିଲେ, “ଗତବର୍ଷ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଫିଲ୍ମରେ ସେ ଗାଇଥିବା ଗୀତ “ତୁ ନୂଆ ଶାୟରୀ’ ପରଠୁ ସେ ମା ପାଇଁ ଲକି ଚାମ୍ ହୋଇଯାଇଛନ୍ତି । କାରଣ ତା’ପରଠୁ ସେ ମା ପାଇଁ ଯେଉଁ ଗୀତ ସବୁ ଗାଇଛନ୍ତି, ସେ ସବୁ ହିଟ୍ ହୋଇଛି ଏବଂ ଦର୍ଶକ ତାହାକୁ ଖୁବ୍ ପସନ୍ଦ କରିଛନ୍ତି । ସୂଚନା ଅନୁଯାୟୀ, ବାବୁସାନ୍ଙ୍କ ପାଇଁ ସ୍ୱୟମ୍ “ତୁ ନୂଆ ଶାୟରୀ’, “ପଲ୍ ପଲ୍ ତତେ ଚାହେଁ’, “ଓ ରେ ଦିଲନସି’ ଓ “ଖୁଦା କସମ୍’ ଭଳି ଗୀତ ଗାଇଛନ୍ତି, ଯେଉଁଗୁଡ଼ିକ ହିଟ୍ ସାବ୍ୟସ୍ତ ହାଇଛି ।


