ବାବେବିର ଗ୍ରାମର ହିତାଧିକାରୀ ମାନେ ଆବାସ ଯୋଜନା ଟଙ୍କା ପାଇବାରୁ ବଂଚିତ

ବୋଡେ଼ନ, (ଡୋଲେଶ୍ବର ବାଗ):ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମରେ ଗରିବ ମହିଳା ଓ ପୁରୁଷ ମାନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଗୃହର କାର୍ଯ୍ୟାଦେଶ ମିଳିଛି, ଏକାଉଣ୍ଟ ରେ ଟଙ୍କା ମଧ୍ୟ ପଡିଯାଇଛି, ସମସ୍ତେ ଘର ତିଆରି କରିବାରେ ଅଣ୍ଟା ଭିଡିଛନ୍ତି ହେଲେ ୧୧ ଜଣ ହିତାଧିକାରୀ ୱାର୍କଅଡର ପାଇଛନ୍ତି କିନ୍ତୁ ହିତାଧିକାରୀ ଙ୍କ ନାମରେ ଟଙ୍କା ନ ପଡି ଅନ୍ୟ ଜଣ ଙ୍କ ଆଇଡି ରେ ଟଙ୍କା ଯାଉଛି ବୋଲି ହିତାଧିକାରୀ ମାନେ ପିଇ ଓ ଙ୍କୁ ସାକ୍ଷାତ କଲେ ଓଲଟା ଧମକ ଦେଇ ମୁଁ ଥିବା ପର୍ଯନ୍ତ କାହାକୁ ଟଙ୍କା ମିଳିବ ନାହିଁ ବୋଲି ହିତାଧିକାରୀ ମାନଙ୍କୁ ଧମକ ଚମକ ଦେଉଛନ୍ତି , ଗ୍ରାମର ୧୧ ଜଣ ହିତାଧିକାରୀ ଙ୍କ ନାମରେ ଟଙ୍କା ନ ପଡି ଅନ୍ୟ ଜଣଙ୍କ ଆଇଡି ରେ ଟଙ୍କା ଯାଉଛି ବୋଲି ଅଭିଯୋଗ ହେଉଛି,ସେହି ହିତାଧିକାରୀ ମାନେ ହେଲେ (୧) ଲୋବନି ବନ୍ଦୀଛୋର, (୨)ମିତା ବଛା, (୩)ନିଁଳେନ୍ଦ୍ରି ହଂସ, (୪)ପୁଷ୍ପା ବଛା, (୫)ସାବିତ୍ରୀ ବାଗ, (୬)ସଂଯୁକ୍ତା ପଟେଲ, (୭)ଶଶୀ ବନ୍ଧିଛୋର, (୮)ସୁମିତ୍ରା ବଛା, (୯)ଜନକ ବାଗ ଓ ଆଉ ଦୁଇଜଣ ଆବାସ ଟଙ୍କା ପାଇବାରୁ ବଂଚିତ, ଏହା ସ୍ଥାନୀୟ ଗ୍ରାମପଞ୍ଚାୟତ ର ଜି ଆର ଏସ ପିଇଓ ଙ୍କ ଦାୟିତ୍ୱ ହୀନତା ଯୋଗୁଁ ସୁବିଧାରୁ ବଂଚିତ ଅଛନ୍ତି ।ସେମାନେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ସମସ୍ତ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତ ସୁଫଳ ମିଳୁନାହିଁ ।ପ୍ରଶାସନ ଏହାର ତଦନ୍ତ କରି ଶୀଘ୍ର ସମାଧାନକରିବା ପାଇଁ ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ