ବାମନଘାଟୀ କୁସୁମି ସେନାର କଳା ଦିବସ ପାଳନ

ରାଇରଙ୍ଗପୁର (ଯୁଗାବ୍ଦ ନ୍ୟୁଜ)ସାରା ଭାରତର କୁଡୁମି ସଂପ୍ରଦାୟର ଲୋକେ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ପର‌୍ୟ୍ୟନ୍ତ ଆଦିବାସୀ ଜନଜାତି ମାନ୍ୟତା ପାଇଁ ଆସୁଥିଲେ ।କିଛି ଚକ୍ରାନ୍ତକାରୀ ଯୋଗୁଁ ସେପ୍ଟେମ୍ବର ୦୬ ତାରିଖରୁ ଆଦିବାସୀ ମାନ୍ୟତାରୁ ସରକାର ତାଲିକାରୁ ହଟାଇଦେଲେ।ଏହାକୁ ନେଇ ସେହିଧିନରୁ କୁସୁମି ସଂପ୍ରଦାୟ ଲୋକେ ଜନଜାତି ମାନ୍ୟତାରୁ ବଂଚିତ ହୋଇଛନ୍ତି ।ପୁଣି ଥରେ ସେମାନେ ସେହି ଦିନରୁ ପୁନଃ ଆଦିବାସୀ ମାନ୍ୟତା ଫେରି ପାଇବା ପାଇଁ ଆନ୍ଦୋଳନ ଜାରି ରଖି ଆସିଛନ୍ତି ।ହେଲେ କେନ୍ଦ୍ର ଓ ରାଜ୍ୟମାନଙ୍କ ସରକାର ଏହାକୁ ଅବରେଖା କରୁଛନ୍ତି ।ଏହାକୁ ନେଇ ଦିର୍ଘ କିଛି ବର୍ଷ ହେଲା କୁସୁମି ସଂପ୍ରଦାୟର ଲୋକେ ପଶ୍ଚିମବଙ୍ଗ,ଓଡିଶା,ଝାଡଖଣ୍ଡ, ବିହାର,ଆସାମ ରାଜତ୍ବରେ ଆନ୍ଦୋଳନକୁ ତିବ୍ରତର କରିଛନ୍ତି । ଆଜିର ଦିନରେ ସରକାର କୁଡୁମି ସଂପ୍ରଦାୟ ଆଦିବାସୀ ମାନ୍ୟତାରୁ ସରକାର ବାଦ କରିଥିବାରୁ କୁସୁମି ସମାଜ ଏହି ଦିନକୁ କଳା ଦିବସ ପାଳିଛନ୍ତି ।ଏଥିପାଇଁ ଆଜି ରାଇରଙ୍ଗପୁର ରେ କୁସୁମି ସମାଜ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଯାଇଥିବା ।ପରେ ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କ ଦ୍ବାରା ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ