ବାମନଘାଟୀ ବ୍ରାହ୍ମଣ ସମାଜ ପକ୍ଷରୁ ରୁଦ୍ରାଭିଷେକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମାନବ କଲ୍ୟାଣ, ଧରିତ୍ରୀ ଶାନ୍ତି,ପ୍ରକୃତି ଶାନ୍ତି,କରୋନା ଦୂରୀକରଣ ତଥା ସମସ୍ତଙ୍କର ମଙ୍ଗଳ କାମନା ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ବାମନଘାଟୀ ବ୍ରାହ୍ମଣ ସମାଜ’ ପକ୍ଷରୁ ରାଇରଙ୍ଗପୁର କୁଚେଇବୁଢି ଗ୍ରାମସ୍ଥ ବାବା ଶ୍ରୀ ଶ୍ରୀ ପୂର୍ଣେଶ୍ବର ଶୈବ ମନ୍ଦିରରେ ଏକ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଯଥା ରୀତିନୀତି ଅନୁସାରେ ସଂପନ୍ନ ହୋଇଯାଇଛି ।ବାବଙ୍କପାଖରେ ୧୦୮ ମନ୍ତ୍ରପାଠ ସହ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପୂର୍ଣ୍ଣାହୁତି ହୋଇଥିଲା । ପୂଜାବିଧି ରିତୀନୀତି କର୍ମକାଣ୍ଡରେ ପୂଜକ ପ୍ରସନ୍ନ ଷଡଙ୍ଗୀ,ଦେବବ୍ରତ ରଥଶର୍ମା,ନୀଳକେତନ ସାମନ୍ତରାୟ,ବିଜୟ ମିଶ୍ର ପ୍ରମୁଖ ସହଯୋଗ କରିଥିବାବେଳେ କର୍ତାଭାବେ ସୁଶାନ୍ତ ପରୀକ୍ଷା ଏବଂ ତାଙ୍କ ସହଧର୍ମିଣୀ ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମରେ ବାମନଘାଟୀ ବ୍ରାହ୍ମଣ ସମାଜର ସଭାପତି ବରିଷ୍ଠ ଅଧୀବକ୍ତା ପ୍ରଭାସ କବି, ସଂପାଦକ ଅଶ୍ବିନୀ ପଣ୍ଡା,ସୁଧିର ମିଶ୍ର,ଈଶାନ ମିଶ୍ର,ପାର୍ଥ ସାରଥି କବି,ଗଣେଶ୍ୱର ଦାସ,ଦିଲିପ ଷଡ଼ଙ୍ଗୀ, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ସତ୍ଯରଂଜନ ମହାପାତ୍ର, ଆଲୋକ ମିଶ୍ର,କଟି ପଣ୍ଡା, ରମାକାନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ ସଭ୍ୟ/ସଭ୍ଯାବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।ଏହି ରୁଦ୍ରାଭିଷେକରେ ବାମନଘାଟୀ ଉପଖଣ୍ଡର ବିଭିନ୍ନ ପ୍ରାନ୍ତରରୁ ବହୁ ସଂଖ୍ୟାରେ ପଣ୍ଡିତ ଓ ବ୍ରାହ୍ମଣ ପରିବାରରେ ଲୋକେ ଉପସ୍ଥିତ ରହି ବାବାଙ୍କ ପାଖରେ ପୂଜାର୍ଚ୍ଚନା କରି ସମାଜର ମଙ୍ଗଳ କାମନା ପ୍ରାର୍ଥନା କରିବା ସହ ଆଶୀର୍ବାଦ ନେଇ ଖୁସିରେ ଘରକୁ ଫେରିଥିଲେ ।କମିଟି ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ