ବାମନ ଅର୍ଜ୍ଜିର ଉପନ୍ୟାସ ଲୋକାର୍ପଣ
ଗତ ୨୮ ତାରିଖରେ ଲେଖକ ଚନ୍ଦ୍ରହାସ ଚୌଧୁରୀଙ୍କର ଇଂରାଜୀ ଭାଷାରେ ଲିଖିତ ପ୍ରଥମ ଉପନ୍ୟାସ ‘ଅର୍ଜ୍ଜି ଦ ଡ୍ୱାର୍ଫ’ର ଓଡ଼ିଆ ଅନୁବାଦ ‘ବାମନ ଅର୍ଜ୍ଜି’ ଲୋକାର୍ପିତ ହୋଇଯାଇଛି । ପୁସ୍ତକଟି ତାଙ୍କର ମା’ ସିନ୍ଧୁବାଳା ଚୌଧୁରୀଙ୍କ ଦ୍ୱାରା ଅନୁଦିତ ଓ ‘ଧଉଳି ବୁକ୍ସ’ ଦ୍ୱାରା ପ୍ରକାଶିତ । ଏହି କାର୍ଯ୍ୟକ୍ରମଟି ‘ଧଉଳି ବୁକ୍ସ’ ଓ ବକୁଲ ଫାଉଣ୍ଡେସନ୍ ଆନୁକୂଲ୍ୟରେ ୨୮ ତାରିଖର ଏକ ମନୋଜ୍ଞ ସନ୍ଧ୍ୟାରେ ଘଟିଥିଲା ଓ ପୁସ୍ତକର ଉନ୍ମୋଚନ ଓ ଲୋକାର୍ପଣ କରିଥିଲେ ଜ୍ଞାନପୀଠ ବିଜେତା ଓ ଓଡ଼ିଶାର
ସୁନାମଧନ୍ୟ ଲେଖକ ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ସହରର ଅନେକ ଲେଖକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ‘ଅର୍ଜ୍ଜି ଦ ଡ୍ୱାର୍ଫ’ ସ୍ପାନିଶ ଓ ଜର୍ମାନ ଭାଷାରେ ପୂର୍ବରୁ ଅନୁଦିତ ହୋଇ ସାରିଛି । ବାମନ ଅର୍ଜ୍ଜି ନାମଧ୍ୟେୟ ସେ କ୍ଷୁଦ୍ର ମଣିଷଟିର ଜୀବନ କାହାଣୀ ଯେ କୌଣସି ପାଠକର ମନକୁ ଆନ୍ଦୋଳିତ ଓ
ପ୍ରଭାବିତ କରିବ । ଆଶା କରାଯାଏ, ପୁସ୍ତକଟି ଓଡ଼ିଶାର ସୁଧୀ ପାଠକବର୍ଗଙ୍କ ଦ୍ୱାରା ଆଦୃତ ହେବ ।