ବାମନ ପରିବାର

ଘର ସମ୍ପୂର୍ଣ୍ଣ ହୁଏ ପରିବାରର ସଦସ୍ୟଙ୍କୁ ନେଇ । ଆଉ ଯଦି ସଦସ୍ୟ ଅଜବ ହେଲେ ତେବେ ସେହି ପରିବାର ବି ଅଜବ ପରିବାର ଭାବେ ପରିଗଣିତ ହୁଏ । ଠିକ୍ ଯେମିତି ହାଇଦ୍ରାବାଦ, ତେଲେଙ୍ଗାନାର ଚୌହାନ ପରିବାର । ଉକ୍ତ ପରିବାରର ୧୧ଜଣ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ହେଉଛନ୍ତି ବାମନ । ସେମାନେ ଏକ ଜିନ୍ଗତ ରୋଗ ଆକାଣ୍ଡ୍ରୋପ୍ଲାସିଆରେ ଆକ୍ରାନ୍ତ । ଯଦ୍ୱାରା ସେମାନଙ୍କ ହାତ, ଗୋଡ଼ ତଥା ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ଛୋଟ ଛୋଟ । ବର୍ତ୍ତମାନ ଚୌହାନ ପରିବାର ହାଇଦ୍ରାବାଦର ସବୁଠୁ ବଡ଼ ବାମନ ପରିବାର ଭାବେ ପରିଚିତ । ପରିବାରର ୫୨ ବର୍ଷୀୟ ପତ୍ରିଆର୍ଚ ରାମ ରାଜ କହନ୍ତି, “ବାହାରେ ଲୋକ ଆମମାନଙ୍କୁ ଅଜବ ନଜରରେ ଦେଖିବା ସହ ଅଜବ ଅଜବ ପ୍ରଶ୍ନ ପଚାରନ୍ତି । ଆଉ ଚିଡାନ୍ତି ମଧ୍ୟ । ତେବେ ପରିବାରର ମହିଳାମାନଙ୍କ ଜୀବନ ବେଶି କଷ୍ଟକର । ଛୋଟ ଶରୀର ଲାଗି ଆମ ପରିବାରର ସଦସ୍ୟଙ୍କୁ ଚାକିରିଟିଏ ପାଇବାକୁ ବି ବହୁତ କଷ୍ଟ କରିବାକୁ ପଡ଼େ । ଆମକୁ ଦେଖି ସେମାନେ ଭିନ୍ନ ଏକ ନଜରରେ ଦେଖି ପଚାରନ୍ତି- ତମେ କ’ଣ ପାରିବ? ବହୁ କଷ୍ଟରେ ଚାକିରିଟିଏ ମିଳେ । ମୁଁ “ମ୍ୟାରେଜ୍ ୱେଲ କମର୍’ ଭାବେ କାମ କରେ । ପୋଷାକ ପିନ୍ଧି ଅତିଥିଙ୍କୁ ସ୍ୱାଗତ କରେ ।’ ରାମ ରାଜଙ୍କର ୭ ଭଉଣୀ ଓ ୪ ଭାଇ ଅଛନ୍ତି । ସେଥିରୁ ୮ଜଣ ଏହି ରୋଗରେ ଆକ୍ରାନ୍ତ ହାଇ ବାମନ ହୋଇଯାଇଛନ୍ତି । ଆଉ କେତେଜଣ ମରିଯାଇଛନ୍ତି । ରାମ ରାଜଙ୍କର ଏକ ଗ୍ରୋସେରୀ ଦୋକାନ ବି ଅଛି । କୌଣସି ବିବାହ କାର୍ଯ୍ୟକ୍ରମ ନ ଥିବା ସମୟରେ ସେ ଦୋକାନ କଥା ବୁଝନ୍ତି । ତାଙ୍କର ୨୭ ବର୍ଷୀୟା ଝିଅ ଅମ୍ୱିକାଙ୍କର ଇଚ୍ଛା ଆକାଉଣ୍ଟାଣ୍ଟ ହେବା । ହେଲେ ବାମନ ହୋଇଥିବା ଯୋଗୁ ତାଙ୍କୁ ବି ଚାକିରି ମିଳିପାରୁନାହିଁ । ରାମରାଜଙ୍କ ସାନ ଭାଇ ଟେଲିଫାନ୍ ବୁଥ୍ ଓ ବଡ଼ଭାଇଙ୍କ ସ୍ତ୍ରୀ ଟେଲର୍ କାମ କରନ୍ତି । ରାମରାଜ କହନ୍ତି, “ଲୋକ ଆମକୁ ଦେଖି ହସନ୍ତି, ପରିହାସ କରନ୍ତି ।’ ହେଲେ ଆମ ପରିବାରର ସମସ୍ତେ ଭାବନ୍ତି ଆମେ ହେଉଛୁ ଭଗବାନଙ୍କର ସ୍ୱତନ୍ତ୍ର ସୃଷ୍ଟି । ଏମିତିକି ଆମକୁ ଆମ ଜେଜେବାପା କହିଥିଲେ, ଆମେ ହେଉଛୁ ଭଗବାନଙ୍କର ବାମନ ଅବତାର । ଏହି ମନୋଭାବ ରଖି ଆମେ କାହାରି କଥାକୁ ଭ୍ରୂକ୍ଷେପ ନ କରି ଆଗେଇ ଚାଲିଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ