ବାମପନ୍ଥୀ ନେତା ଟୁନ ଜଗଦ୍ଦେବଙ୍କ ସ୍ମୃତିଚାରଣ
ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍): ବୋଲଗଡ ଅଞ୍ଚଳର ଜମିଦାର, ବିଶିଷ୍ଟ ବାମପନ୍ଥୀ ନେତା, ପୂର୍ବତନ ସରପଞ୍ଚ ଓ ବ୍ଲକ ଉପାଧ୍ୟକ୍ଷ, ବୋଲଗଡ ମହୋତ୍ସବର ବରିଷ୍ଟ ଉପଦେଷ୍ଟା ଏବଂ କଳିଙ୍ଗ ପାଇକ ସଙ୍ଗଠନର ବ୍ଲକ ସଭାପତି ସ୍ୱର୍ଗତ ବ୍ରଜକିଶୋର ରାୟ ମହାପାତ୍ର (୭୪)ଙ୍କର ଗତ ୨ ତାରିଖରେ ପରଲୋକ ହୋଇଥିଲା । ରବିବାର ତାଙ୍କର ଏକାଦଶାହ ଦିବସରେ ଜନ୍ମସ୍ଥାନ ଖଙ୍ଗୁରିଆ ଗ୍ରାମଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଜନପ୍ରତିନିଧି ଏବଂ ବିଭିନ୍ନ ସଙ୍ଗଠନର ସଦସ୍ୟ ଯୋଗଦେଇ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶିକ୍ଷାବିତ୍ କାଳୀଚରଣ ଜୟସିଂହ ସଭାପତିତ୍ୱ କରିଥିବାବେଳେ ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ବାଲ୍ମିକୀ ବଳିୟାର ସିଂହ ସଂଯୋଜନା କରିଥିଲେ । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ଜିତେନ୍ଦ୍ରନାଥ ମିତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ଷଡ଼ଙ୍ଗୀ, ସିପିଆଇ ନେତା ଅମୀୟ ପଟ୍ଟନାୟକ,ଐତିହାସିକ ରବୀନ୍ଦ୍ର କୁମାର ପରିଡା, ପୂର୍ବତନ ସରପଞ୍ଚ କୃଷ୍ଣମୋହନ ପାଲାଟସିଂହ, ଶ୍ୟାମସୁନ୍ଦର ସୁବୁଦ୍ଧି, ଜଳଧର ମହାନ୍ତି,ଶିକ୍ଷାବିତ୍ ଦିବାକର ପରମଗୁରୁ, ରାଧାଶ୍ୟାମ ରାୟଗୁରୁ ମହାପାତ୍ର, ସୁମନ୍ତ ଛୋରାୟ, ଗୋପୀନାଥ ଖାଡଙ୍ଗା, ବିଜୁ ଜନତା ଦଳର ନେତା ଚିତ୍ତରଞ୍ଜନ ମିଶ୍ର, ସୁବାସ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ଜୀବନୀ ଉପରେ ଏକ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା । ଶେଷରେ ତାଙ୍କ ଜ୍ୟେଷ୍ଠପୁତ୍ର ସୁରଜିତ୍ ରାୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।