ବାମରା ମକର ମହୋତ୍ସବରେ ହରିହର ଙ୍କ ଅଲୌକିକ ମିଳନ ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

ସମ୍ବଲପୁର, (ଲିପନ ନାଏକ):ଓଡ଼ିଶା ର ପ୍ରସିଦ୍ଧ ବାମରା ମକର ମେଳା ଓ ସପ୍ତାହ ବ୍ୟାପୀ ମହୋତ୍ସବ ହରିହରିଙ୍କ ମିଳନ ସହ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ହରିହର ପ୍ରତ୍ୟହ ଶ୍ରୀଜଗନ୍ନାଥଙ୍କ ମନ୍ଦିର ର ମକର ମଣ୍ଡପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ବାବା ଧବଳେଶ୍ଵର ମନ୍ଦିର ଗମ୍ଭୀରା ବିଜେ କରିବେ । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ୧୧୦ ତମ ବାମରା ମକର ମହୋତ୍ସବ କୁ ଉଦଘାଟନ କରିଥିଲେ।ମନ୍ତ୍ରୀ ଶ୍ରୀ ନାୟକ ହରିହର ମିଳନ ପାଇଁ ଏକ ଭବ୍ୟ ମଣ୍ଡପ ଓ କଲ୍ୟାଣ ମଣ୍ଡପ ତିଆରି କରିବା ପାଇଁ ଘୋଷଣା କରିଥିଲେ। କେଚ୍ଛୁପାନି ସ୍ଥିତ ଧବଳେଶ୍ଵର ମନ୍ଦିର ରି ଧବଳେଶ୍ଵର ମହାଦେବ ରଥାରୂଢ଼ ହୋଇ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣରେ ୯ କିମି ଦୀର୍ଘ ଶୋଭାଯାତ୍ରା ରେ ବାମରା ମକର ମେଳଣ ପଡିଆ ରେ ପହଞ୍ଚି ଥାଆନ୍ତି। ଅନ୍ୟ ପକ୍ଷରେ ବାମରା ଶ୍ରୀ ଜଗନ୍ନାଥ ମନ୍ଦିର ରୁ ଚଳନ୍ତି ବିଗ୍ରହ ପ୍ରଭମ ଦନ ମୋହନ ରଥାରୂଢ଼ ହୋଇ ନଗର ପରିକ୍ରମା କରି ମକର ମେଲଣ ପଡିଆ ରେ ପହଞ୍ଚି ଥାଆନ୍ତି। ରୀତି ନୀତି ଅନୁଯାୟୀ ହରି ଓ ହର ମକର ବସି ଥାଆନ୍ତି।ଏହି ଅଲୌକିକ ଓ ଦିବ୍ୟ ଦୃଶ୍ୟ କୁ ଦେଖିବା ପାଇଁ ୫୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପହଞ୍ଚି ଥିଲେ। ଶୈବ ଓ ବୈଷ୍ଣବ ଧର୍ମାବଲମ୍ବୀ ଙ୍କ ମଧ୍ୟରେ ସମନ୍ୱୟ ପାଇଁ ଓ ବାମଣ୍ଡା ରାଜକୁମାରୀ ଜେମାଦେଇ କଳାହାଣ୍ଡି ମହାରାଜ ଙ୍କ ବାହାଘର ସ୍ମୃତି ରେ ତତ୍କାଳୀନ ବାମଣ୍ଡା ରାଜା ବାମରା ମକର ମେଳା ର ଆରମ୍ଭ କରିଥିଲେ।୧୯୧୮ ମସିହା ରୁ ମକର ମେଳା କୁ ମହୋତ୍ସବ ରୂପେ ପାଳନ କରାଯାଉଛି।ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ଏ ବର୍ଷ ପ୍ରଥମ କରି ପଲ୍ଲୀଶ୍ରୀ ମେଳା ର ଆୟୋଜନ ହୋଇଛି। ପୁରାତନ ମକର ମେଲଣ ପଡ଼ିଆ କୁ ସରକାରୀ ଖାତା ରେ ସଂରକ୍ଷିତ ରଖିବା ପାଇଁ ସମ୍ପାଦକ ଜ୍ୟୋତି କୁମାର ଲାଠ ନିଜ ବକ୍ତବ୍ୟରେ ମନ୍ତ୍ରୀ ରବି ନାୟକ ଙ୍କୁ ଦାବି ଜଣାଇ ଥିଲେ। ମହୋତ୍ସବ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟ ନାଗରିକ ଉପସ୍ଥିତ ଥିଲେ। ସମ୍ପାଦକ କୁମାର ଚନ୍ଦ୍ର ପଟେଲ ଓ ସମାଜସେବୀ ସୁଶିଲ ନାୟକ ମଞ୍ଚ ସଂଯୋଜନା କରିଥିଲେ।କମିଟି ତରଫରୁ ଶ୍ରଦ୍ଧାଳୁ ଙ୍କୁ ରାଶି ଲଡ଼ୁ ବଣ୍ଟନ କରାଯାଇଥିଲା।ମହାରାଷ୍ଟ୍ର ନାଗପୁର ରୁ ଢୋଲ ତାସା ଗ୍ରୁପ ଓ ଦୂଲଦୁଲି ବାଦ୍ୟ ଆକର୍ଷଣ ର କେନ୍ଦ୍ର ସାଜିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ