ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକ ରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପାଳନ କରାଯାଉ ଅଛି l ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯାଞ୍ଚ କମିଟିର ସଦସ୍ୟା , ମାତୃ ମଙ୍ଗଳ କମିଟି , ୬ ମାସରୁ କମ ବୟସ୍କ ଶିଶୁଙ୍କ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଗର୍ଭବତୀ ମହିଳା ତଥା କିଶୋରୀ ବାଳିକା ମାନେ ଲାଭାର୍ଥୀ ଭାବେ ଯୋଗ ଦେଇଛନ୍ତି l ଭାରପ୍ରାପ୍ତ ସ୍ୱାସ୍ଥ୍ୟ ସୂଚନା ସମ୍ପ୍ରସାରଣ ଅଧିକାରୀ (ପି.ଏଚ.ଇ.ଓ.) ନାରାୟଣ ବରାଳ ଙ୍କ ତତ୍ୱାବଧାନରେ ଅଙ୍ଗନବାଡି ଏବଂ ଆଶା କର୍ମୀ ମାନେ ଏହି କାର୍ଯ୍ୟକ୍ରମ ନିମିତ୍ତ ଚିହ୍ନିତ ହୋଇଥିବା ମହିଳାଙ୍କୁ ସ୍ତନ୍ୟପାନର ମହତ୍ଵ ଏବଂ ଏହା କିପରି ଶିଶୁଙ୍କର ଆଦର୍ଶ ପୋଷଣ ଭାବେ କାର୍ଯ୍ୟ କରିଥାଏ । ସେ ସମ୍ବନ୍ଧରେ ସଚେତନ କରାଉଛନ୍ତି । ଚଳିତ ବର୍ଷର ବିଷୟ ବସ୍ତୁକୁ ଆଧାର କରି ଗୋଷ୍ଠୀ ସଚେତନତା ଉପରେ ଗୁରୁତ୍ଵ ପ୍ରଦାନ କରଯାଉଅଛି l ଗୋଷ୍ଠୀ ସମର୍ଥନରେ ମା ମାନେ କିପରି ୬ ମାସରୁ କମ ବୟସ୍କ ଶିଶୁଙ୍କୁ ସ୍ତନ୍ୟପାନ ହିଁ କରାଇବେ , ସେ ଉପକ୍ରମ ଉପରେ ସ୍ଵତନ୍ତ୍ର ଭାବେ ଦୃଷ୍ଟି ପ୍ରଦାନ କରାଯାଉଅଛି । ବର୍ତ୍ତମାନ କୋଭିଡ-୧୯ ମହାମାରୀର ବିଭୀଷିକାକୁ ଲକ୍ଷ୍ୟରେ ରଖି , ଚଳିତ ବର୍ଷର ବିଷୟ ବସ୍ତୁ “ନିରାପଦ ସ୍ତନ୍ୟପାନ : ସମ୍ମିଳିତ ଦାୟିତ୍ଵ “ ଉପରେ ଉପସ୍ଥିତ ଥିବା ସମସ୍ତ ଲାଭାର୍ଥୀ ମାନଙ୍କୁ ସୂଚନା ଦିଆଯିବା ସହ ସେମାନଙ୍କ ଶିଶୁଙ୍କୁ କୋଭିଡ ଭୂତାଣୁ ଠାରୁ କିପରି ଦୂରେଇ ରଖିବେ, ସେ ସମ୍ବନ୍ଧରେ ତାଲିମ ମଧ୍ୟ ପ୍ରଦାନ କରାଯାଉଅଛି l ମା ମାନଙ୍କୁ ଶିଶୁଙ୍କ ସଠିକ ଯତ୍ନ ନେବା ନିମନ୍ତେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଭିନନ୍ଦନ ସେନାପତି ଗୁରୁତ୍ୱାରୋପ କରିଥିଲେ । ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵବ୍ୟାପୀ ପାଳିତ ହୋଇଥାଏ । ଏହି ସପ୍ତାହ ପାଳନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସ୍ତନ୍ୟପାନର ଉପକାରିତା ସମ୍ବନ୍ଧରେ ନୂତନ ଅଭିଭାବକ ମାନଙ୍କୁ ଅବଗତ କରାଇବା ଏବଂ ସାରା ବିଶ୍ବରେ ସ୍ତନ୍ୟପାନ ସଂପର୍କରେ ସଚେତନତା ସୃଷ୍ଟି କରିବା l ୟୁନିସେଫ ସୂତ୍ରରୁ ପ୍ରକାଶ ଯେ,ଏହା ଦ୍ଵାରା କେବଳ ସ୍ତନ୍ୟପାନ କ୍ଷେତ୍ରରେ ଗତ ଚାରି ଦଶନ୍ଧିରେ ପ୍ରାୟ ୫୦ ପ୍ରତିଶତ ପ୍ରଗତି ସମଗ୍ର ବିଶ୍ବରେ ହାସଲ କରାଯାଇଅଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ