ବାରଣାସୀ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବାରଣାସୀ ଉଚ୍ଚ ବିଦ୍ୟାଳୟର ମୋସ୍କୁଲ ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଏନଏସି ଅଧ୍ୟାକ୍ଷା ଏମ ସୁଧା ରାଣୀ, ଉପାଧ୍ୟାକ୍ଷ ରଘୁରାମ ସାହୁ, ସିଅରସିସି ଶ୍ରୀ ମଧୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ତଥା ଆଲୁମିନି ମାନଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହୋଇଥିଲା | ମୋସ୍କୁଲରେ ଆସିଥିବା ଟଙ୍କା ଖର୍ଚ୍ଚକୁ ନେଇ ସରଗରମ ଆଲୋଚନା ହୋଇଥିଲା | ବନ ମହାତ୍ସବ ପାଇଁ ଟଙ୍କା ଖର୍ଚ୍ଚ କରିବା ଓ ବିଦ୍ୟାଳୟ ସୋଉନଧର୍ଯ୍ୟ କରଣ କରିବାକୁ ପ୍ରଧାନ ଶିକ୍ଷକ ପ୍ରସ୍ତାବ ଦେଇଥିଲେ | ଏନେଇ ଵାଦାନୁବାଦ ହେଲା | ଚଳିତ ବର୍ଷ ଏହି ବିଦ୍ୟାଳୟ ରେ ଭଲ ଫଳାଫଳ କାହିଁକି ହେଲା ନାହିଁ ବୋଲି ଉପାଧ୍ୟାକ୍ଷ ଜାଣିବାକୁ ଚାହିଁଥିଲେ | ସିନିଅର ଗ୍ରାଜୁଏଟ ବିଜ୍ଞସନ ଓ କଳା ଶିକ୍ଷକ ଥିବା ବେଳେ ଉଚ୍ଚ ଶ୍ରେଣୀରେ ବିଜ୍ଞାନ ଓ ଗଣିତ ବିଷୟ ପଢ଼ାଇବା କଥା, କିନ୍ତୁ ଯେଉଁ ଉପ୍ରା ବିଦ୍ୟାଳୟ ଗୁଡିକ ଏହି ସ୍କୁଲ ରେ ମିଶ୍ରଣ ହୋଇଛି ଓ ସିଟି ଗ୍ରାଜୁଏଟଙ୍କୁ ଉଚ୍ଚ ଶ୍ରେଣୀ ପଢାଇବାକୁ ପଡୁଥିବା ନେଇ ସଭ୍ୟ ମାନେ ଦୃଷ୍ଟି ଆକର୍ଷଣ କରିଥିଲେ | ଛାତ୍ର ଛାତ୍ରୀ ସ୍କୁଲ ହତା ବାହାରେ ବୁଲାବୁଲି କରୁଥିବା ନେଇ ଅବିଭାବକ ମସନେ କ୍ଷୋଭ ପ୍ରକାଶ କରୁଛନ୍ତି | ଏଣୁ ସ୍କୁଲ ପରିଚାଳନା ଓ ଶାନ୍ତି ଶୃଙ୍ଖଳା, ପଠନ ଦିଗ ପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି |