ବାରଣ୍ଡାରେ ବସିଥିବାବେଳେ ଅଟୋ ମାଡିଯାଇ ତିନି ଗୁରୁତର

ରାଇକିଆ (ଆଦିତ୍ୟ ପାଢ଼ୀ):ରାଇକିଆ ବାସନ୍ତୀ ପଲ୍ଲୀ, କନଭେଣ୍ଟ୍ ମେଡିକାଲ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଅଟୋ ମାଡ଼ି ଯାଇ ୩ ଜଣ ଗୁରୁତର ହୋଇଛନ୍ତି। ରାଇକିଆ ବଜାର ପଟୁ ଏକ ଡାଲା ଅଟୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ତ୍ରେନ୍ ଚଢ଼ି ଘର ବାରଣ୍ଡା ଉପରକୁ ମାଡ଼ି ଯାଇଥିଲା। ଫଳରେ ବାରଣ୍ଡାରେ ବସିଥିବା ତିନିଜଣ ବ୍ୟକ୍ତି ଫ୍ରାଞ୍ଚିସ୍‌ ମୁଣ୍ଡା, ମୋହନ ମହାରଣା, ରବି ପଣ୍ଡାଙ୍କୁ ଧକ୍କା ଦେଇଥିଲା ଅଟୋ। ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଫୁଲବାଣୀ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ