ବାରବାଟୀରେ ଅଭ୍ୟାସ କଲେ ଟିମ୍ ଇଣ୍ଡିଆ

କଟକ : କଟକର ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଛି। ସେଠାରେ ଖେଳାଳିଙ୍କୁ ଓସିଏ ପକ୍ଷରୁ ସ୍ବାଗତ କରାଯାଇଛି। ସ୍ୱତନ୍ତ୍ର ବସ୍ ଯୋଗେ ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀ ଷ୍ଟାଡିୟମକୁ ନିଆଯାଇଥିଲା। ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଅଭ୍ୟାସ ଚାଲିଥିଲା। ୱେଷ୍ଟଇଣ୍ତିଜ ଟିମ୍ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ରବିବାର ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ।
ପାଖାପାଖି ୮୦ ପ୍ଲାଟୁନ୍ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣରେ ନିୟୋଜିତ ହେବେ। ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବା ପରେ ଯେଉଁ ରାସ୍ତାରେ ସେମାନେ ଯିବେ ସେଠାରେ ନୂଆ ସାଜସଜ୍ଜା କରାଯାଇଛି। ଏଥିସହିତ ନୂଆ ରୂପ ପାଇଥିବା ଡ୍ରେସି˚ ରୁମ୍ ଓ କ୍ଲକ୍ ଟାଵାରକୁ ମଧ୍ୟ ଶନିବାର ଉଦଘାଟନ କରାଯିବାକୁ ଯୋଜନା ରହିଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଖେଳାଳିଙ୍କ ଅଭ୍ୟାସ ପୂର୍ବରୁ ଷ୍ଟାଡିୟମ ସ୍ଥିତି ନିରୀକ୍ଷଣ କରିବାକୁ ଶୁକ୍ରବାର ଦୁଇ ଅମ୍ପାୟାର ସନ୍ ଜର୍ଜ, ନିତିନ ମେନନଙ୍କ ସହ ଅତିରିକ୍ତ ଅମ୍ପାୟାର ଅନୀଲ ଚୌଧୁରୀ, ତୃତୀୟ ଅମ୍ପାୟାର ରଡ୍ ଟକେର ବାରବାଟୀକୁ ଆସିଥିଲେ। ସମସ୍ତେ ପଡିଆ ଚାରିପଟ ଅନୁଧ୍ୟାନ କରିବା ପରେ ସାଇଟ୍ ସ୍କ୍ରିନରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। କର୍ପୋରେଟ ବକ୍ସ ଓ ଓସିଏ କାର୍ଯ୍ୟାଳୟ ପଟର ସାଇଟ୍ ସ୍କ୍ରିନକୁ ଚଉଡ଼ା କରାଯିବ। ଶନିବାର ମ୍ୟାଚ୍ ରେଫରି ଡେଭିଡ୍ ବୁନ୍ ଆସିବା ପରେ ଉଭୟ ଦଳଙ୍କ ସହିତ ବୈଠକ କରାଯିବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ