ବାରବାଟୀ ଆସୁଛନ୍ତି ଗାଙ୍ଗୁଲି
କଟକ : ବାରବାଟୀରେ ରବିବାର ହେବାକୁ ଥିବା ଦିନିକିଆ ମ୍ୟାଚରେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ରବିବାର ଅପରାହ୍ନ ୧ଟା ୩୦ ମିନିଟରେ ଆରମ୍ଭ ହେବ। ଶୃଙ୍ଖଳା ସଂପ୍ରତି ୧-୧ରେ ରହିଛି। ତେବେ ଗାଙ୍ଗୁଲି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତାକୁ ଟ୍ରଫି ଦେଇପାରନ୍ତି। ଓସିଏ ସଂପାଦକ କହିଛନ୍ତି ଯେ, ମୁଁ ମ୍ୟାଚର ଉଦ୍ଯାପନୀ କାର୍ୟ୍ଆକ୍ରମରେ ଯୋଗଦେବାକୁ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କକୁ ନିମନ୍ତ୍ରଣ ଦେଇଥିଲି, ଯାହାକୁ ଦାଦା ସ୍ଵୀକାର କରିଛନ୍ତି। ବିସିସିଆଇର ଅଧ୍ୟକ୍ଷ ଭାବେ ଏହା ଗାଙ୍ଗୁଲିଙ୍କ ବାରବାଟୀ ପ୍ରଥମ ପରିଦର୍ଶନ ହେବ ବୋଲି ଓସିଏ ସଂପାଦକ କହିଛନ୍ତି।