ବାରବାଟୀ ଦିନିକିଆ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ- ଆସନ୍ତା ୨୨ ତାରିଖରେ ବାରରବାଟିରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜି ଠାରୁ ଦୁଇ ଦିନ ଧରି ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ ଇତ୍ୟାଦିକୁ ଟିକେଟ ବିକ୍ରି କରାଯିବ । ସକାଳ ୧୦ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ବିକ୍ରି କରାଯିବ ବୋଲି ସୂଚନାଦିଆଯାଇଛି । ଏହି ଅନୁଷ୍ଥାନ ଗୁଡିକ ପାଇଁ ୮ ହଜାର ୯୪୬ ଟିକେଟ ବିକ୍ରି ପାଇଁ ଧାର‌୍ୟ୍ୟ କରାଯାଇଛି । ସୂଚନାଥାଉକି ୧୯ ଓ ୨୦ ତାରିଖରେ ୨ଟି କାଉଂଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ