ବାରବାଟୀ ମ୍ୟାଚ୍‌ : କାଉଣ୍ଟରରେ ଟିକଟ୍‌ ବିକ୍ରି ଆରମ୍ଭ

କଟକ : ସମୟ ଯେତିକି ପାଖେଇ ଆସୁଛି, କ୍ରିକେଟ୍‌ ପ୍ରେମୀଙ୍କ ମହଲରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ଆସନ୍ତା ୨୨ତାରିଖରେ ହେବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଗୁରୁବାରଠୁ କାଉଣ୍ଟରରେ ଟିକଟ୍‌ ବିକ୍ରି ଆରମ୍ଭ ହୋଇଛି। ଓସିଏ ପକ୍ଷରୁ ଏଥିପାଇଁ ୧୨ଟି କାଉଣ୍ଟର କରାଯାଇଥିଲାବେଳେ ସକାଳ ୯ଟାରୁ ଟିକଟ୍‌ ବିକ୍ରି ଆାରମ୍ଭ ହୋଇଛି। ଏଥିପାଇଁ ବ୍ୟାରିକେଡ୍‌ ନିର୍ମାଣ ଶେଷ ହୋଇଛି। କାଉଣ୍ଟରରେ ଟିକଟ୍‌ ବିକ୍ରି ପାଇଁ ଏଥର ୧୦୦୩୯ ଟିକଟ୍‌ ଛଡ଼ାଯାଇଛି। ମ୍ୟାଚ୍‌ ପାଇଁ ଅଧିକ ଚାହିଦା ରହୁଥିବାରୁ ଅନ୍‌ଲାଇନ୍‌ ଓ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍‌, କଲେଜ, କ୍ଲବ୍‌ମାନେ ସେମାନଙ୍କ ଧାର୍ଯ୍ୟ ଟିକଟ କିଣିସାରିଛନ୍ତି। ସାଧାରଣ ଲୋକମାନଙ୍କ ପାଇଁ ୧୯ ଓ ୨୦ ତାରିଖ ଦୁଇ ଦିନ ଧାର୍ଯ୍ୟ କରାଯାଇଛି। ତଥାପି କାଉଣ୍ଟର ସ˚ଖ୍ୟା ବୃଦ୍ଧି କରାଯାଇଥିବାରୁ ପ୍ରଥମ ଦିନରେ ହିଁ ଟିକଟ ଶେଷ ହୋଇଯିବ ବୋଲି କୁହାଯାଉଛି। କାଉଣ୍ଟରରେ ଜଣେ ଦର୍ଶକ ସର୍ବାଧିକ ଦୁଇଟି ଟିକଟ୍‌ କିଣିପାରିବ। ଟିକଟ କିଣିବା ବେଳେ ନିଜର ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ହୋଇଛି। ଏଥିସହିତ କାଉଣ୍ଟର ପାଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି। ପୁଲିସ ସହ ଘରୋଇ ସୁରକ୍ଷା କର୍ମୀ କାଉଣ୍ଟର ପାଖରେ ନିୟୋଜିତ ରହିବେ। ସମସ୍ତ ଟିକଟ କାରବାର ସିସି କ୍ୟାମେରାରେ ରେକର୍ଡ ହେବ। କାଉଣ୍ଟର ବାହାରେ ମଧ୍ୟ ଗହଳି ନିୟନ୍ତ୍ରଣ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ପକ୍ଷରୁ ପୁଲିସ୍‌ କର୍ମଚାରୀ ନିୟୋଜିତ ହେବେ। ବୁଧବାର ରାତିଠୁ କାଉଣ୍ଟର ବାହାରେ ଦର୍ଶକଙ୍କ ଭିଡ଼ ଦେଖାଦେଇଛି। କେହି ଯେପରି କାର‌ଣ୍କେଡ୍‌ ଭିତରକୁ ନପଶିବେ, ସେଥିପାଇଁ ସେହି ସ୍ଥାନରେ ରାତି ୧୦ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ଅନ୍‌ଲାଇନ୍‌ରେ ଟିକଟ ବୁକ୍‌ କରିଥିବା ଦର୍ଶକମାନଙ୍କ ପାଇଁ କେମ୍ବ୍ରିଜ୍‌ ସ୍କୁଲ୍‌ରେ ଟିକଟ ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ମଧ୍ୟ ଟିକଟ ନେବାକୁ ଆସୁଥିବା ବ୍ୟକ୍ତି ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଦର୍ଶକ କେମ୍ବ୍ରିଜ୍ ସ୍କୁଲ ପରିସରରେ ଅନ୍‌ଲାଇନ୍‌ ଟିକେଟ୍‌କୁ ମ୍ୟାଚ୍ ଟିକେଟ୍‌ରେ ବଦଳାଇ ପାରିବେ। ଅନ୍‌ଲାଇନ୍‌ରେ ବିକ୍ରି ହୋଇଥିବା ୮୧୫୦ ଟିକେଟ୍‌ ଗୁରୁ, ଶୁକ୍ର ଓ ଶନିବାର ତିନି ଦିନରେ ରିଡେମ୍ପସନ୍ କରାଯିବ। ସେଥିମଧ୍ୟରେ ଗ୍ୟାଲେରି-୨ ଓ ୪ର ୩୦୦୦ ଲେଖାଏଁ, ଗ୍ୟାଲେରି-୬ର ୧୫୦୦, ନ୍ୟୁ ପ୍ୟାଭିଲିୟନର ୫୦, ସ୍ପେଶାଲ ଏନକ୍ଲୋଜର-ଏ’ର ୫୦୦ ଓ ଏସି ବକ୍ସ ଗ୍ୟାଲେରି-୪ର ୧୦୦ ଟିକେଟ୍‌ ରହିଛି। ଅଫ୍‌ଲାଇନ୍‌ ଟିକେଟ୍‌ ମଧ୍ୟରୁ କାଉଣ୍ଟର ୧ରୁ ୧୦ ମଧ୍ୟରେ ଗ୍ୟାଲେରି-୧ର ୩୪୯୮, ୨ର ୪୭୭, ୩ର ୩୭୩୬, ୪ର ୯୮୨ ଏବଂ ଗ୍ୟା‌ଲେରି ୬’ର ୧୫ ଟିକେଟ ବିକ୍ରି ହେବ। କାଉଣ୍ଟର ୧୧ ଓ ୧୨ରେ ସ୍ପେଶାଲ୍‌ ଏନ୍‌କ୍ଲୋଜର-ଏ’ର ୧୧୮୦, ନ୍ୟୁ ପ୍ୟାଭିଲିୟନର ୮୬ ଏବଂ କର୍ପୋରେଟ୍ ବକ୍ସର ୬୫ ଟିକେଟ୍‌ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ