ବାରମ୍ବାର ଆଇନା ଦେଖିବାର ପ୍ରଭାବ

ଅଧିକାଂଶ ଲୋକଙ୍କୁ ବାରମ୍ବାର ଦର୍ପଣ ଦେଖିବା ଅଭ୍ୟାସ ଥାଏ । ଅଫିସ ବାହାରିବା ସମୟରେ କିମ୍ବା କୌଣସି ପାର୍ଟିକୁ ଯିବାକୁ ହେଲେ ବାରମ୍ବାର ଦର୍ପଣ ଦେଖି ସଜେଇ ହୋଇଥାନ୍ତି । ବହୁ ସମୟରେ କିଛି ଆବଶ୍ୟକ ନଥିଲେ ମଧ୍ୟ ଝିଅମାନେ ଦର୍ପଣ ଆଗରେ ବସି ରହିଥାନ୍ତି । ଜାଣିଛନ୍ତି ଏପରି ବାରମ୍ବାର ଦର୍ପଣ ଦେଖିବା ରୋଗର ଲକ୍ଷଣ ହୋଇପାରେ ।
ଏକ ସର୍ଭେରୁ ଜଣାପଡିଛି ବାରମ୍ବାର ଦର୍ପଣ ଦେଖିବା ଓ ସନ୍ତୁଷ୍ଟ ନ ହେବା ଏକ ମାନସିକ ରୋଗ । ଏହି ରୋଗ ଓସିର୍ଡି ସ୍ପେକ୍ଟ୍ରମ ଡିସଅର୍ଡର ନାମରେ ମଧ୍ୟ ଜଣାଯାଏ । ଏହା ସହ ଚେହେରାକୁ ବାରମ୍ବାର ଟାଣିବା, ଚୁଟି ଟାଣିବା ଏହି ରୋଗର ଲକ୍ଷଣ ମଧ୍ୟ । ଏଥିପାଇଁ ବାରମ୍ବାର ଦର୍ପଣ ଦେଖିବା ଅଭ୍ୟାସରୁ ନିଜକୁ ଦୂରେଇ ରଖନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ