ବାରହା ଆକ୍ରମଣରେ ଜଣେ ମହିଳା ଆହାତ

ପୋଲସରା (ଅନିଲ କୁମାର ମହାରଣା) ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମରେ ଜଣେ ମହିଳା ଜମିରେ କାମ କରୁଥିବା ବେଳେ ବନ୍ୟ ପ୍ରାଣୀ ବାରହା ଆକ୍ରମଣ କରିବା ଯୋଗୁଁ ଆହତ ହୋଇଥିବା ଜଣାପଡିଛି।
ଖଣ୍ଡୁରୁ ଗ୍ରାମର ସରସ୍ୱତୀ ସାହୁ ଜମିରେ କାମ କରୁଥିବା ବେଳେ ବୁଦା ନିକଟରେ ଥିବା ଏକ ବାରହା ଆକ୍ରମଣ କରିଥିଲା। ମହିଳା ଜଣକ ବାରହା ଆକ୍ରମଣରେ ରକ୍ତାତ ହୋଇ ପାଟି କରବା ଯୋଗୁଁ ଆଖ ପାଖରେ କାମ କରୁଥିବା ଲୋକମାନେ ଧାଇଁ ଆସି ଆହତ ସରସ୍ଵତୀଙ୍କୁ ପୋଲସରା ମେଡିକାଲକୁ ଆଣିଥିଲେ। ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମେଡିକାଲରେ ପହଞ୍ଚି ସରସ୍ଵତୀଙ୍କ ସ୍ୱାସ୍ଥ୍ୟ ବିଷୟ ବୁଝିଥିଲେ। ଡାକ୍ତର ଗୋପବନ୍ଧୁ ବେହେରା ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ପ୍ରକାଶ କରିଥିଲେ। ବିଧାୟକ ଆହତଙ୍କ ପରିବାରଙ୍କୁ ଚିକିତ୍ସା ପାଇଁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ