ବାରହା ଉପଦ୍ରବରୁ ଧାନ ଫସଲକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ 

ଛତ୍ରପୁର, (ଦେବଦତ୍ତ ମହାରଣା) : ବାରହା ଉପଦ୍ରବରୁ ପୋଡାପଦର ସମେତ ବିଭିନ୍ନ ପଞ୍ଚାୟତରେ ଥିବା ଧାନ ଫସଲ କୁ ସୁରକ୍ଷା ଦେବା ସହ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବି ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୁଧୁବାର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବାରୁ ଏକ ମାସ ବିଳମ୍ବରେ ଧାନ ରୁଆ ହୋଇଥିଲା । ମାତ୍ର ଧାନ ବାହାରିବା ସମୟରେ ଶହ ଶହ ବାରହା ଧାନ ବିଲରେ ପଶି ଧାନ ଗଛ ନଷ୍ଟ କରିଦେଉଛନ୍ତି । ସେହିପରି ଜିଲ୍ଲାରେ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ କରିଥିବା ସବୁ ଚାଷୀଙ୍କ ଧାନ କିଣାଯାଉନାହିଁ । ଏଣୁ ସବୁ ପଞ୍ଜିକୃତ ଚାଷୀଙ୍କର ଧାନ କିଣିବା ନିମନ୍ତେ ନିର୍ଦ୍ଦେଶ ଦେବା ସହ ସମସ୍ତ ଗ୍ରାମରେ ଧାନ କିଣା କମିଟି ଗଠନ କରାଯାଉ ବୋଲି ସେମାନେ ଏହି ଦାବି ପତ୍ରରେ ଦର୍ଶାଇଛନ୍ତି । ମିଲର ମାନେ ଚାଷୀଙ୍କ ଅଖା ନେଉଥିବା ବେଳେ ଚାଷୀଙ୍କୁ ଅଖାର ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ସେମାନେ ଏହି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ନଚେତ୍ ଆଗାମୀ ଦିନରେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ହେମନ୍ତ ନାହାକ, ଡି. ରାଜେଶ୍ୱର ରାଓ ଓ ଡି. ନାଇଡୁଙ୍କ ସମେତ ନହୁ ଚାଷୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ