ବାରାହା ଆକ୍ରମଣରେ ୭ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସିକିରି ଓ ଖରିଡା ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସିକିରି ଗ୍ରାମ ଚାଷଜମିରେ କାମ କରୁଥିବା ଓ ସ୍ନାନ କରିବାକୁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଉଥିବା ବେଳେ ବାରାହା ଆକ୍ରମଣରେ ସଂପୃକ୍ତ ଗ୍ରାମର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର କାଶିନାଥ ବେହେରା (୬୦), ଅଭି ବରଡ (୬୨), ଭଗବାନ ପାଢି(୫୫) ଓ ଝାଡାଙ୍କୁଲି ଗ୍ରାମର ପୁରୁଷୋତ୍ତମ ସାହୁ(୫୦) । ସେହିପରି କେ ଖରିଡା ଗ୍ରାମର ଏକ ମାଟିପୋଡ଼ା ଇଟାଭାଟିରେ କାମ କରୁଥିବା ବେଳେ ବାରାହା ଆକ୍ରମଣରେ ସଂପୃକ୍ତ ଗ୍ରାମର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ରାଜୁ ବେହେରା (୫୦), ବନମାଳୀ ଶାନ୍ତା(୪୦) ଓ ବିକ୍ରମ ଦାସ (୨୨) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆହତ ସମସ୍ତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୀର୍ଘ ଦିନ ଧରି ସଂପୃକ୍ତ ଗ୍ରାମରେ ବାରାହା ଉପଦ୍ରବ ଲାଗି ରହିଥିବା ବେଳେ ସ୍ଥାନୀୟ ବନ ବିଭାଗ ପକ୍ଷରୁ କୈାଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଘଟଣା ନେଇ ହିଞ୍ଜିଳିକାଟୁ ବନ ବିଭାଗ ବିଟ୍ ହାଉସ ଭାରପ୍ରାପ୍ତ ଅଧିକାରୀ ବାଲାଜୀ ରେଡ୍ଡୀଙ୍କୁ ପଚାରିବାରୁ ସେ କହିଲେ ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ଯୋଗୁଁ ହିଞ୍ଜିଳିକାଟୁ ବନ ବିଭାଗର ସମସ୍ତ କର୍ମଚାରୀ ସଂପୃକ୍ତ ଅଞ୍ଚଳରେ ନିୟୋଜିତ ରହିଛନ୍ତି । ସଂପୃକ୍ତ ଅଞ୍ଚଳରୁ ଫେରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ