ବାରାହା ମାଂସ ଜବତ ସହ ଦୁଇଜଣ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଭାଲୁପଲ୍ଲୀ ଗ୍ରାମରୁ ବାରହା ମାଂସ ଜବତ ହୋଇଛି । ବନ ବିଭାଗ ପକ୍ଷରୁ ବାରହା ମାଂସ ସହିତ ଦୁଇଜଣ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ଅଭିଯୁକ୍ତ ଦ୍ବୟ ହେଲେ ଭାଲୁପଲ୍ଲୀ ଗ୍ରାମର ଦୟାନିଧି ମଲ୍ଲିକ ଓ ପୁରୁଷୋତ୍ତମ ମଲ୍ଲିକ l ଭାଲୁପଲ୍ଲୀ ଗ୍ରାମଟି ଜଙ୍ଗଲ ମଧ୍ୟରେ ଥିବା ବେଳେ ଅଞ୍ଚଳରେ ବହୁ ବାରହା ବୁଲାବୁଲି କରୁଥିବା ବେଳେ ଗ୍ରାମ ନିକଟକୁ ଆସୁଥିବା ହେତୁ ଆଖପାଖ ଗ୍ରାମର କିଛି ଲୋକ ଫାଶ ପକାଇ ବାରହା ଶିକାର କରି ମାଂସ ବିକ୍ରୀ କରୁଥିବା ଖବର ପାଇ ବୁଧବାର ପାଟପୁର ଫରେଷ୍ଟର ଅରୁଣ କୁମାର ଦାସ ଭାଲୁପଲ୍ଲୀ ଗ୍ରାମରେ ପହଞ୍ଚି ଗ୍ରାମରେ ବାରହା ମାଂସ ବିକ୍ରୀ କରୁଥିବା ଦୟାନିଧି ମଲ୍ଲିକ ଓ ପୁରୁଷୋତ୍ତମ ମଲ୍ଲିକ କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ କେଜି ବାରହା ମାଂସ ସହ ୨ ଟି କାତି ଜବତ କରିବା ସହି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି, ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି l