ବାରିକପୁରରେ ବନ୍ଦ ପ୍ରଭାବଶୂନ୍ୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଆଜି ଅଲଇଣ୍ଡିଆ ଟ୍ରେଡ ୟୁନିୟନ ଭାରତ ବନ୍ଦ ଡାକରା ଦେଇଥିବାବେଳେ ବାରିକପୁରରେ ଏହାର ପ୍ରଭାବ ପ୍ରାୟତଃ ଦେଖିବାକୁ ମିଳିନଥିଲା । ବଜାର ଦେଇଯାଇଥିବା ଜାତୀୟ ରାଜପଥରେ ଗାଡିଚଳାଚଳ ବନ୍ଦ ଥିଲେ ସୁଦ୍ଧା ଅନ୍ୟାନ୍ୟ ଜୀବନଯାତ୍ରା ପ୍ରାୟତଃ ସ୍ୱଭାବିକ ରହିଥିଲା । ବାରିକପୁର ଛକ ଠାରୁ ଅନନ୍ତପୁର ତୋଡଙ୍ଗା ଯାଏଁ ସବୁ ଦୋକାନ ବଜାର ଖୋଲା ରହିଥିବାବେଳେ ବେପାର ବଣିଜ ମଧ୍ୟ ସ୍ୱଭାବିକ ରହିଥିଲା । ରାଜପଥ କଡରେ ଥିବା ହୋଟେଲ ଢାବା ଗୁଡିକ ମଧ୍ୟ ଖୋଲା ରହିଥିବାବେଳେ ଗ୍ରାହକଙ୍କ ସଂଖ୍ୟା ମଧ୍ୟ କିଛି କମନଥିଲା । ମୋଟାମୋଟି ଭାବେ ବନ୍ଦର ପ୍ରଭାବ ପ୍ରାୟ ବାରିକପୁର ଅଞ୍ଚଳରେ ଦେଖିବାକୁ ମିଳିନଥିଲା ।


