ବାରିକପୁରରେ ସ୍ମୃତିଚାରଣ ସଭା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାର ନିକଟ ବେଲମଳା ଠାରେ ଆଦର୍ଶ ଶିକ୍ଷକ ଅଶୋକ କୁମାର ବିଶ୍ୱାଳଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଗୟାଧର ସାମଲଙ୍କ ଅଧ୍ୟକ୍ଷତାରେ ଅନୁୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅଧ୍ୟାପକ ପବିତ୍ର ପାଣିଗ୍ରାହୀ, ଅଭୟ ସୂତାର, ଶିକ୍ଷକ ପ୍ରେମାନନ୍ଦ ନାୟକ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ମୁକୁନ୍ଦଦେବ ସାମଲ, ନାଟ୍ୟକାର ଅରୁଣ ବାରିକ, ରବିନ୍ଦ୍ର କୁମାର ନନ୍ଦ, ପ୍ରକାଶ ମହାପାତ୍ର , ପ୍ରଫୁଲ୍ଲ ସାହୁ, ହେମେନ୍ଦ୍ର ମହାପାତ୍ର, ପ୍ରସନ୍ନ ମହାପାତ୍ର, ମାୟାଧର ଦାସ, ଚିତ୍ତରଞ୍ଜନ ମହାପାତ୍ର, ରାଜ କୁମାର ନାଥ, ଜଗବନ୍ଧୁ ରାଉତ, ଅଭୟ ମହାପାତ୍ର, ରଙ୍ଗାଧର ମହାପାତ୍ର ପ୍ରମୁଖ ଯୋଗଦେଇ ଦିବଂଗତ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଶିକ୍ଷାବିତ ପୁରୁଷୋତ୍ତମ ଧଳ ଧନ୍ୟବାଦ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ରାଜକିଶୋର ବିଶ୍ୱାଳ, ପ୍ରଜ୍ଞାପରମିତା ବିଶ୍ୱାଳ, ସୁଶଙ୍କର ବିଶ୍ୱାଳ, ଅମର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ