ବାରିଗାଁ ହାଇସ୍କୁଲରେ ଶିଶୁ ମହୋତ୍ସବ ସୁରଭୀ ୨୦୧୯

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ବାରିଗାଁ ଠାରେ ଥିବା ନିଶାକର ହାଇସ୍କୁଲରେ ଢ଼େଙ୍କା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ସିଆରସିସି କେଶବ କରଙ୍କ ସଂଯୋଜନାରେ ପ୍ରଧାନ ଶିକ୍ଷକ ନାରାୟଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରଥ କୁମାର ସାହୁ, ଢ଼େଙ୍କା ସରପଞ୍ଚ ନିମାଇଁ ସାମଲ, ଶିକ୍ଷାବିତ ବିଦ୍ୟାଧର କର, ପୁର୍ବତନ ସିଆରସିସି ବୃନ୍ଦାବନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଲୁକାୟିତ ପ୍ରତିଭାର ସଫଳ ପ୍ରତିପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ଏହି ଅବସରରେ ବାଲ୍ୟ ବିବାହ ନିରାକରଣ, ସ୍ୱଚ୍ଛ ବିଦ୍ୟାଳୟ, ଓ ପରିବେଶ ସୁରକ୍ଷା ଜୀବନରକ୍ଷା, ଏକତା ହିଁ ବଳ ଆଦି ବିଷୟକୁ ନେଇ ସାଂସ୍କୃତିକ କାର‌୍ୟ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଶେଷରେ ବିଭିନ୍ନ ବତଭାଗରେ କୃତ୍ତିତ୍ୱ ହାସଲ କରିଥିବା ଆୟୁଷ୍ମତୀ ବେହେରା, ଭାଗ୍ୟଶ୍ରୀ ରାଉତ, ଶ୍ରୀକାନ୍ତ ପରିଡା, ସମ୍ବିତ କୁମାର ଖୁଣ୍ଟିଆ, ସ୍ମୃତିରେଖା ଜେନା, ସୋନାଲି ପୁହାଣ, ବିରେନ୍ଦ୍ର ସାହୁ, ଲକ୍ଷ୍ମୀଧର ପଲେଇ,ବିକାଶ ରାଉତ, ଦିବ୍ୟଦର୍ଶନୀ ନାୟକ, ପ୍ରୀୟଙ୍କା ସେଠୀ, ସୌମ୍ୟଜିତ ମିଶ୍ର, ଶଶିପ୍ରଭା ପରିଡା ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଧର ବେହେରା, କିଶୋର କୁମାର ରାଉତ, ଅଭିମନ୍ୟୁ ନାୟକ, ପ୍ରଶାନ୍ତ ଗିରି, ଭଗବାନ ମଣ୍ଡଳ, ପ୍ରଶାନ୍ତ ମହାନ୍ତି, ଆଲୋକ କୁମାର ନାଥ, ବିଦ୍ୟାଧର ପଣ୍ଡା, ଦୀପାଞ୍ଜଳୀ ବାରିକ, ରଜନୀଗନ୍ଧା ଗିରି, କାଙ୍ଗାଳି ଦେହୁରୀ, ରବି ମିଶ୍ର, ଭାଗ୍ୟଶ୍ରୀ ବେହେରା, ଯରିତା ବିଶ୍ୱାଳ, ନିଶିଗନ୍ଧା କର, ଦିପ୍ତୀମୟୀ ରାଉତ, କୁଶଧ୍ୱଜ ବେହେରା, ଗୋବିନ୍ଦ ଶଙ୍ଖୁଆ, ଆନନ୍ଦ ଚନ୍ଦ୍ର ବେହେରା, ଗୌରାଙ୍ଗ ନାୟକ ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଳନା କରିôତବାବେଳେ ଗୟାଧର ମଲ୍ଲିକ, ଉତ୍ତମ ଚରଣ ଦାସ, ନାରାୟଣ ସେଠୀ, ଜୟନ୍ତ କୁମାର ମଣ୍ଡଳ, ଦେବେନ୍ଦ୍ର ଖୁଣ୍ଟିଆ, ବସନ୍ତ କୁମାର ଦାସ, ପୁର୍ଣ୍ଣଚନ୍ଦ୍ର ଜେନା, ଖୁଲଣା ବିଶ୍ୱାଳ, ସଞ୍ଜୁଲତା ସାମଲ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ