ବାରିପଦରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ଜିଲ୍ଲା ଆଇନ ସେବା ପ୍ରାକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୫୨୮୪ ଟି ମାମଲା ମଧ୍ୟରୁ ୨୨୬୧ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୪,୫୩,୫୦,୬୫୮ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାକରଣର ଅଧ୍ଯକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୨୪୫୫ ଗୋଟି ମାମଲା ମଧ୍ୟରୁ 290 ଟି ଅଦାଲତରେ ଅପୋଷ ବିଚାର ହୋଇ ୧ କୋଟି ୭୯ ଲକ୍ଷ ୩୮ ହଜାର ୮୩ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପୋଢ଼ିଛି ।ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ୨୮୨୯ ଗୋଟି ମାମଲା ମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବୁଲ କେସ ୧୪ ଟି ମଧ୍ୟରୁ ୦୧ ଗୋଟି, ଏନ ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୦୧ ଟି ମାମଲା ମଧ୍ୟରୁ ୩୩ ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୯୫ଟି ରୁ ୧୯ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୫୮ ଟି ରୁ ୧୩ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୪୮ଟି ମାମଲା ମଧ୍ୟରୁ ୧୦ ଟି, ରାଜସ୍ୱ ମାମଲା ୧୫୨୬ ଟି ମଧ୍ୟରୁ ୧୩୮୯ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୯୯ ଟି ମଧ୍ୟରୁ ୬୩ ଟି, ଓ ଅନ୍ୟାନ୍ୟ ଅପରାଧିକ ଫୌଳଦାରୀ ମାମଲା ୪୪୩ ଟି ମିଶାଇ ମୋଟ ୧୯୭୧ ଟି ମାମଲାର ଫଇସଲା କରାଯାଇ ମୋଟ ୨,୭୪, ୧୨,୫୭୫ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି ।ଏହି ଦୁଇ ବର୍ଗର ମୋଟ ୫୨୮୪ ଗୋଟି ମାମଲା ମଧ୍ୟରୁ ୨୨୬୧ ଟି ମାମଲା ଫଇସଲା କରାଯାଇ ମୋଟ ୪,୫୩,୫୦,୬୫୮ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବ ଶ୍ରୀମତୀ ପୁନମ ଜେନା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ସତ୍ୟନାରାୟଣ ପାତ୍ର, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁମନ କୁମାର ମିଶ୍ର, ସିନିୟର ସିଭିଲ ଜଜ (ଏଇ.ଆର ଓ ଏଲ.ଟି.ଭି ) ଶ୍ରୀ ସୁଦାମ ଚରଣ ଦାଶ, ସିନିୟର ସିଭିଲ ଜଜ ଶ୍ରୀ ନିରଞ୍ଜନ ପାତ୍ର, ଅତିରିକ୍ତ ସିନିୟର ସିଭିଲ ଜଜ ଶ୍ରୀ ସୂର୍ଯ ଦାସ, ଦ୍ଵିତୀୟ ଅତିରିକ୍ତ ସିନିୟର ସିଭିଲ ଜଜ ଶ୍ରୀ କୈଳାଶ ସାହୁ, ରେଜିଷ୍ଟ୍ରାର ଶ୍ରୀ ନୀହାର ରଞ୍ଜନ ସାହୁ, ଏସ. ଡି. ଯେ. ଏମ. ଶ୍ରୀମତୀ ସୁଭାସିନୀ ବେହେରା, ଜେ.ଏମ. ଏଫ.ସି ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ବାଇଁ, ଶ୍ରୀପଣ୍ଡା ମହାପାତ୍ର, ଦୀପାଳି ଦାସ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚ ରେ ନିଯୁକ୍ତ ଥିବା ସଦସ୍ୟ ତଥା ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବି ତାପସ କୁମାର ଦର, ପ୍ରଦୀପ କୁମାର ଜେନା, ସୁନୀଲ କୁମାର ଜେନା, ରାଜକିଶୋର ବାରିକ ଓ ଜୟଶ୍ରୀ ଦାସ ତଥା ବାରିପଦା ଓକିଲ ସଂଘର ଅନ୍ୟ ଆଇନ ଜୀବି ତଥା ବିଭିନ୍ନ ରାଷ୍ଟ୍ରୀୟତ/ ଘରୋଇ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ