ବାରିପଦାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାରିପଦା: ୧୫ ଶହ ଜନଜାତି ପିଲାଙ୍କର ପ୍ରଥମ ପର୍ଯ୍ୟ।ୟରେ ପାଠପଢିବା ପାଇଁ ପ୍ରତିଷ୍ଠିତ ଆଦାନୀ-କିସ୍ ଆବାସିକ ଜନଜାତି ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ପ୍ରସଙ୍ଗରେ ସମାଜର ସଶକ୍ତିକରଣ ତଥା ପରିବର୍ତ୍ତନ ଆଣିବା ଦିଗରେ ଶିକ୍ଷା ହିଁ ହେଉଛି ମୂଳମନ୍ତ୍ର। ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ଉଦ୍ଘାଟିତ ଏହି ଜନଜାତି ବିଦ୍ୟାଳୟ ଉଲ୍ଲେଖନୀୟ ପଦକ୍ଷେପ ଏବଂ ରାଜ୍ୟରେ ଏସଟିଏସସିଙ୍କର ସାମଗ୍ରୀକ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଦର୍ଶାଇଥିଲେ। ତା ସହିତ ବାରିପଦାର ଶ୍ରୀଶ୍ରୀହରିବଳଦେବ ଜୀଉ ବଡଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଦେବାର ଘୋଷଣା କରିବା ସହିତ ଖିଞ୍ଚି ଓ ଦେବକୁଣ୍ଡ ପର୍ଯ୍ୟଟନ ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ