ବାରିପଦାର ବିଭିନ୍ନ ଲଜ୍ରେ ଚଢାଉ: ୩୦ ଅଟକ
ବାରିପଦା: ବାରିପଦା ସହରର ବିଭିନ୍ନ ଲଜ୍ରେ ଟାଉନଥାନା ପୋଲିସ ଅତର୍କିତ ଚଢାଉ କରି ବିଭିନ୍ନ୍ ଆପତ୍ତି ଜନକ ସାମଗ୍ରୀ ଜବତ କରିବା ସହ ୩୦ ଜଣ ପୁଅ ଓ ଝିଅକୁ ଥାନାରେ ଆଣି ଅଟକ ରଖିଛି । ମିଳିଥିବା ଖବର ଅନୁଯାୟୀ ବହୁ ଦୀନ ଧରି ବାରିପଦାର ବିଭିନ୍ନ ଲଜରେ ଅନୈତିକ କାର୍ଯ୍ୟକଳାପ ହେଉଛି ବୋଲି ଅଭିଯୋଗ ହୋଇଆସୁଥିଲା ପୋଲିସ ତରଫରୁ ଲଜ୍ ଉପରେ ପୋଲିସର ସ୍ପେଶାଲ ସ୍କ୍ୱାଡ ଚଢାଉ କରି ସେକ୍ସ କାରବାରରେ ସଂପୃକ୍ତ ଅଭିଯୋଗରେ ପୋଲିସ ୧୫ ଜଣ ପୁଅ ଓ ୧୫ ଜଣ ଝିିଅକୁ ଥାନାରେ ଅଟକ ରଖି ପଚାରାଉଚାରା କରୁଛି । ଏଥିସହ ପୁଳା ଫୋନ ଓ କିଛି ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡିଛି । ଏନେଇ ଟାଉନ୍ ଥାନା ପୋଲିସ ତରଫରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛି ।