ବାରିପଦା କୋର୍ଟରୁ ଚୋରୀ ଘଟଣା ଚୋର ଗିରଫ ଚୋରୀ ସାମଗ୍ରୀ ଜବଦ  

ବାରିପଦା,(ମୁରାରୀ ମୋହନ ମହାପାତ୍ର): ଚଳିତ ମାର୍ଚ୍ଚ ୧୬ତାରିଖ ସନ୍ଧ୍ୟାରେ ବାରିପଦା ସ୍ଥିତ ଜିଲ୍ଲା ଦୌରାଜଜ ଙ୍କ ଅଦାଲତ ପରିସର ରୁ ବହୁ କପର ତାର ଚୋରୀ ହୋଇଥିବା ବିଷୟରେ କୋର୍ଟ କର୍ତୃପକ୍ଷ ବାରିପଦା ଟାଉନ ଥାନାରେ ଏତେଲା ଦାଏର କରିଥିଲେ. ତେବେ ବାରିପଦା ଟାଉନ ପୋଲିସ ଆଇଆଇସି କରୁଣାକର ରାଉତଙ୍କ ତତ୍ୱାବଧାନ ରେ ଘଟଣାର ଅନୁସନ୍ଧାନ କରି ଆଜି ସନ୍ଧ୍ୟାରେ ଚୋରୀ ଘଟଣାର ମୁଖ୍ୟ ଆସାମୀ ବାରିପଦା ଶୂନ ଗଡିଆ ଅଞ୍ଚଳର ଭୁଲେ ଦିପୁ ମୁଖି (୩୦) କୁ ଗିରଫ କରିବା ସହ ତାର ଘରେ ଚଢ଼ାଉ କରି ଚୋରୀ କରିଥିବା ସମସ୍ତ କପର ତାର ଜବଦ କରିଥିବା ଜଣାଯାଇଛି. ଭୁଲେ ଦିପୁ ମୁଖି ଜଣେ ପେସାଦାର ଚୋର ବୋଲି ଜଣାପଡିଥିବା ବେଳେ, ଆଜି ଅସମୀକୁ କୋର୍ଟ ଚାଲାଣ କରିଥିବାର ଜଣାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ