ବାରିପଦା ବିଧାୟକ ପ୍ରକାଶ ସୋରେନ ଗିରଫ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ଜଣ ସମର୍ଥକ ଙ୍କ ଦ୍ବାରା ମାଡ ମରାଯାଇଥିବା ଅଭିଯୋଗ ଆଣିଲେ ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନାଙ୍କୁ ଡକାଇଥିଲେ । ହେଲେ ଯନ୍ତ୍ରୀ ଜେନା ଫିଲ୍ଡ କାର୍ଯ୍ୟ ରେ ଥିବା ଯୋଗୁଁ ବିଧାୟକଙ୍କୁ ଦିନବେଳେ ଦେଖା କରିପାରିନଥିଲେ । ସଂନ୍ଧ୍ୟା ରେ ଶ୍ରୀ ଜେନା କାର୍ଯ୍ୟ ରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସ୍ କୁ ଆସିଥିଲେ । ସେଠାରେ ବିଧାୟକ ତାଙ୍କ ସମର୍ଥକଙ୍କୁ କଣପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେତେ କାକୁତି ମିନତୀ ହେଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ଏବଂ ଅନ୍ୟ ତିନି ସମର୍ଥକ ସହ ଯନ୍ତ୍ରୀ ଜେନା ଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା । ରାତି ୮.୩୦ ମିନିଟ ପାଖାପାଖି ସେଠାରୁ ତାଙ୍କୁ ଛାଡିଦେବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ବାରିପଦା ପିଏଆଇଟିଡିଏ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା ।ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପଟେ ଆମେ ବିଧାୟକ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ସେ କହିଲେ ତାଙ୍କର ଲାଡଫଣ୍ଡର ଫାଇଲ ଆଗୋଉ ନାହିଁ କି ତାଙ୍କ ଟେଂଡର କାମର ବିଲ୍ କରୁନାହାନ୍ତି ସେଥିପାଇଁ ତାଙ୍କୁ ତାଗିଦ୍ କରିଥିଲେ ।ଆଜି ପୋଲିସ ତାଙ୍କୁ ଏହି ମାମଲାରେ ଗିରଫ ଓ କୋର୍ଟ ଚାଲାଣ କରିଥିଲେ । ବିଜେପି କର୍ମୀ ମାନେ ଥାନା ସମ୍ମୁଖରେ ଧାରଣା ଓ ଭିଡ଼ ଜମାଇଥିଲେ । ପରେ ସଂଧ୍ୟାରେ ତାଙ୍କୁ ଜାମିନ ମିଳିଥିଲା ।ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।କିଏ ସତ କହୁଛି? ମନ୍ତ୍ରୀ କହୁଛନ୍ତି ମୋତେ ବୁଟରେ ମୋ ଗୋଡ଼ ଓ ପେଟ ଗୋଇଠା ବିଧାୟକ ମାରିଛନ୍ତି ।ତଦସହ ମୋର ତଣ୍ଟିକୁ ଜୋରରେ ଚିପି ଦେଇଥିଲେ ।ଛାତିକୁ ମୁଥ ମାରିଛନ୍ତି । ବିଧାୟକ ସଫେଇ ଦେଉଛନ୍ତି ମୁଁ ଯନ୍ତ୍ରୀଂକୁ କାମର ଅବହେଳା ନେଇ ଗାଳି ଦେଇଛି ଏହା ଧ୍ରୁବ ସତ୍ୟ ! ଏହାକୁ ନେଇ ଦିନ ତମାମ ବାରିପଦା ସହରରେ ରାଜନୈତିକ ଛକାପଞ୍ଝା ଚାଲିଥିଲା ।


