ବାରିପଦା ମ୍ୟୁନିସିପାଲିଟି ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ବାରିପଦା, (ମୁରାରୀ ମୋହନ ମହାପାତ୍ର ): ମ୍ୟୁନିସିପାଲିଟି ଗେଷ୍ଟ ହାଉସ ପରିସରରେ ବାରିପଦା ମ୍ୟୁନିସିପାଲିଟି ଅବସର ପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ବୈଠକ ସଭାପତି ତାରାମଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ମ୍ୟୁନିସିପାଲଟି ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ତୁଲ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ଦାବୀ କରାଯାଇଛି. ଦାବିଗୁଡିକ ମଧ୍ୟରେ ପେନସନ ବହି ପ୍ରଦାନ, ବାକି ଥିବା ବକେୟା ପେନସନ ପ୍ରଦାନ, ସରକାରୀ କର୍ମଚାରୀ ତୂଲ୍ୟ ଗ୍ରାଚ୍ଯୁଇଟି ପ୍ରଦାନ, ଅଷ୍ଟମ ବେତନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବା, ମ୍ୟୁନିସିପାଲିଟି ପରିସର ମଧ୍ୟରେ ଏକ କାର୍ଯ୍ୟାଳୟ କୋଠାରୀ ପ୍ରଦାନ, ଲାଇଭ ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟାକୁ ଅନଲାଇନ କରିବା ଇତ୍ୟାଦି ଦାବୀ କରାଯାଇଛି. ରାଜ୍ୟରେ କର୍ମଚାରିଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏକ ରାଜ୍ୟସ୍ତରୀୟ ସଂଗଠନର ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ଏକ ଆଂଚଳିକ ସମାବେଶ ଆୟୋଜନ କରିବାର ସିଦ୍ଧାନ୍ତ ନିଆଯାଇଛି.
ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଉଜ୍ଜ୍ବଳ ବେହେରା ବିବରଣୀ ପାଠ କରିଥିବା ବେଳେ, ଉପଦେଷ୍ଠା ନନ୍ଦ କୁମାର ମହାପାତ୍ର ସାଙ୍ଗଠନିକ ପରାମର୍ଶ ଦେଇଥିଲେ. ଉପସଭାପତି ହାଡିବନ୍ଧୁ ପଣ୍ଡା, ସହସମ୍ପାଦକ ଉମାକାନ୍ତ ଦେ, କୋଷାଧ୍ୟକ୍ଷ ଅନୁପ କୁମାର ଗିରି, ପଙ୍କଜ ମହାନ୍ତି, ଜଗନ୍ନାଥ ଆଚାର୍ଯ୍ୟ, ତରୁଣ ବାରିକ ପ୍ରମୂଖ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ