ବାରୁଣୀ ବୁଡ କୁ କୋରୋନା ଭାଇରସ ପାଇଁ ବନ୍ଦ କରିଛି ଜିଲା ପ୍ରଶାସନ
ଯାଜପୁର:ଆସନ୍ତାକାଲି ଠାରୁ ଯାଜପୁର ଜିଲାର ବୈତରଣୀ ନଦୀ କୂଳରେ ହେବାକୁ ଥିବା ବାରୁଣୀ ବୁଡ କୁ କୋରୋନା ଭାଇରସ ପାଇଁ ବନ୍ଦ କରିଛି ଜିଲା ପ୍ରଶାସନ । ଜିଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବୈତରଣୀ ନଦୀ ଓ ଏହାର ଆଖପାଖ ଅଂଚଳରେ ୧୪୪ ଧାରା ମଧ୍ୟ ଜାରି ହୋଇଛି । ଏହି ବୁଡ ହେଲେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାନ୍ତା । ଯାହାପଂଳରେ କୋରୋନା ଭାଇରସ ବ୍ୟାପିବାର ସମ୍ଭାବନା ଥିଲା । ଏସବୁକୁ ଦୃଷ୍ଟିରେ ରଖି ପ୍ରଶାସନ ନେଇଥିବା ନିଷ୍ପତିକୁ ବ୍ରାହ୍ମଣ ମାନେ ମଧ୍ୟ ସ୍ୱାଗତ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଆସନ୍ତାକାଲି ବାରୁଣୀ ବୁଡ ପାଇଁ ଆସନ୍ତି ତେବେ ସେମାନଙ୍କୁ ବାଟରୁ ପେଂରାଇ ଦେବାକୁ ପୋଲିସକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।