ବାରୋ ଓପିଏସ ବିଦ୍ୟାଳୟରେ ଶିଶୁ ମହୋତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଞ୍ଚାୟତରେ ଗଢି ଉଠିଥିବା ଓ.ପି.ଏସ. ବିଦ୍ୟାଳୟରେ ଶିଶୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତମ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସମାଜସେବୀ ଇଂ ମୂରଲୀଧର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ତେଣୁ ଶିଶୁମାନଙ୍କ ଭିତରେ ଲୁକ୍କାୟିତ ଭାବେ ରହିଥିବା ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସେକ ବାବୁଜାନ, ଭୀମସେନ ପ୍ରଧାନ, ଶୈଳଜାଶଙ୍କର ସାମଲ, ସୁଦର୍ଶନ ମହାପାତ୍ର, ଅପର୍ଣ୍ଣା ରାଉତ, ଧ୍ରୃବବାବା, ଉମାକାନ୍ତ ପରିଡା, ଡମ୍ବରୁଧର ସାହୁ, ମାନସରଞ୍ଜନ ପରିଡା, ଲକ୍ଷ୍ମୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।