ବାରୋ ପଂଚାୟତରେ ଲଘୁଚାପ ଜନିତ ବର୍ଷା; ଚାଷଜମି ପାଣି ଘେରରେ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତର ବିଭିନ୍ନ ଅଂଚଳ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡିଥିବା ଦେଖିବାକୁ ମିଳିଛି । ବାରୋ ପଂଚାୟତର ତରାଣ୍ଡୋ, ନିଳିକଣା, ତ୍ରିଲୋଚନପୁର, ଘିଘିଡିଆ, ଉଛରପଡା ଗ୍ରାମ ଗୁଡିକରେ ଚାଷଜମି ଗୁଡିକ ବର୍ଷା ପାଣିରେ ବୁଡି ରହିଥିବା ବେଳେ କେତେକ ତଳିଆ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଅଭିଯୋଗ ହୋଇଛି । ପଂଚାୟତର ପ୍ରାୟ ୪ହଜାର ଏକର ଚାଷଜମି ପାଣି ବୁଡି ରହିଥିବାରୁ ସେହିସବୁ ଜମିର ଫସଲ ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । କେତେକ ସ୍ଥାନରେ ଲୋକଙ୍କ ଘରେ ବର୍ଷା ପାଣି ପଶି ଘରର କାନ୍ଥ ପଡିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତୁରନ୍ତ ଏହି ପାଣି ନିଷ୍କାସନ ନହେଲେ ଗରୀବ ଲୋକମାନଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ପଡିବା ସହିତ ଚାଷଜମିର ଫସଲ ଉଜୁଡି ଯିବ ବୋଲି ପଂଚାୟତ ପକ୍ଷରୁ ମୋହନ ଚରଣ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାଉତ, ଭ୍ରମରବର ବିଶ୍ୱାଳ, ସୁରେଶ ନାୟକ, ନକୁଳ ସ୍ୱାଇଁ, ଶ୍ରୀକାନ୍ତ ଦାସ, ରାଜକିଶୋର ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ