ବାରୋ ପଞ୍ଚାୟତ ଦଳିତ ସରପଞ୍ଚଙ୍କୁ ହତ୍ୟା ଧମକ, ଥାନାରେ ମାମଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ଦଳିତ ଯୁବ ସରପଞ୍ଚ ଗୋପୀନାଥ ମଳିକଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ନିକିରାଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବାରୋ ପଞ୍ଚାୟତର ଦଳିତ ସରପଞ୍ଚ ଗୋପୀନାଥ ମଳିକ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଦେଖିବା ପାଇଁ ପଞ୍ଚାୟତର ୧୧ ଜଣ ଓା୍ୱର୍ଡ ମେମ୍ବରଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ସେଠାରେ ପହଞ୍ôଚ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ସଠିକ ଭାବରେ ହେଉ ନଥିବାର ଦେଖି ସେଭଳି କାର୍ଯ୍ୟକୁ ବନ୍ଦ କରାଯିବା ପାଇଁ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଟେଲିଫୋନ୍ ଯୋଗେ ଜଣାଇ ପଞ୍ଚାୟତ କାର୍ଯ୍ୟାଳୟକୁ ଫେରିଆସିଥିଲେ । ପରେ ୱାର୍ଡମେମ୍ବର ଗୟାଧର ତ୍ରିପାଠୀ ତାଙ୍କୁ ଟେଲିଫୋନ ଯୋଗେ ଜଣାଇଥିଲେ ଯେ ସେ ସରପଞ୍ଚଙ୍କ ସହ ବିଦ୍ୟାଳୟ କାର୍ଯ୍ୟ ଦେଖିବାକୁ ଯାଇଥିବାରୁ ବାରୋ ଛକରେ ପରିବା ଦୋକାନ କରିଥିବା ଅର୍ଜୁନ ପଲାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏହା ପରେ ସରପଞ୍ଚ ଶ୍ରୀ ମଳିକ ଅନ୍ୟ ୱାର୍ଡମେମ୍ବରମାନଙ୍କୁ ସାଙ୍ଗରେ ନେଇ ସେଠାରେ ପହଞ୍ôଚ ୱାର୍ଡମେମ୍ବର ଗୟାଧର ଙ୍କୁ କାହିଁକି ଗାଳିଗୁଲଜ କରୁଛ ବୋଲି ପଚାରିବାରେ ଅଭିଯୁକ୍ତ ଅର୍ଜୁନ ଏଥିରେ କ୍ରୋଧାନ୍ୱିତ ହୋଇ ସରପଞ୍ଚ ଶ୍ରୀ ମଳିକଙ୍କୁ ସର୍ବସାଧାରଣରେ ଜାତିଆଣ ଆକ୍ଷେପ କରି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସ୍କୁଲ କାମରେ ମୁଣ୍ଡ ନ ପୁରାଇବାକୁ ଧମକ ଦେଇଥିଲେ । ଏଥି ସହିତ ସ୍କୁଲ କାମରେ ମୁଣ୍ଡ ପୁରାଇଲେ ଲୋକ ଲଗାଇ ତାଙ୍କୁ ଟେକିନେଇ ଜୀବନରୁ ମାରି ଶେଷ କରିଦେବା ସହିତ କିରୋସିନ ଢାଳି ଜାଳିଦେବେ ବୋଲି ସରପଞ୍ଚ ଶ୍ରୀ ମଳିକଙ୍କୁ ଧମକ ଦେଇଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ସହିତ ସେଠାରେ ଉପସ୍ଥିତ ଅନ୍ୟମାନେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ସେସ୍ଥାନ ଛାଡି ପଳାଇଥିଲେ । ସରପଞ୍ଚ ଶ୍ରୀ ମଳିକଙ୍କ ଅଭିଯୋଗକୁ ଭିତ୍ତିକରି ନିକିରାଇ ଥାନାରେ କେଶ୍ ନମ୍ବର ୭୫/୨୦୨୩ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୨୯୪ ଓ ୫୦୬ ଏବଂ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ୩(ଆଇ)(ଆର)(ଏସ୍) ରେ ଏକ ମାମଲା ରୁଜୁ କରାଯାଇଛି । ସରପଞ୍ଚଙ୍କ ଅଭିଯୋଗ ପରେ ବୁଧବାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ଚନ୍ଦ୍ର ପାଣ୍ଡେ, ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ ପୂର୍ବକ ତଦନ୍ତ କରି ଫେରିଯାଇଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାରୋ ପଞ୍ଚାୟତର ସରପଞ୍ଚ ପଦ ନିମନ୍ତେ ୭ ଜଣ ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ ଦଳିତ ବର୍ଗର ଗୋପୀନାଥ ମଳିକ ବହୁ ବ୍ୟବଧାନରେ ବିଜୟଲାଭ କରିଥିଲେ । ତେଣୁ ତାଙ୍କ ଉପରେ ଇର୍ଶାନ୍ୱିତ ହୋଇ ଏବଂ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ସଠିକ ଭାବେ କରାଯିବାକୁ ଚାହୁଁଥିବା ସରପଞ୍ଚ ଶ୍ରୀ ମଳିକଙ୍କ କାର୍ଯ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷ ଏଭଳି ଭାବେ ବାଧା ଉପୁଜାଉଥିବା ସେ ଅଭିଯୋଗ କରିଛନ୍ତି ।