ବାର୍ଦ୍ଧକ୍ୟ ଭତ୍ତା କୁ ଚାହିଁ ଚାହିଁ ଆଖି ବୁଜିଲେ ଉଛବ

ଖଲ୍ଲିକୋଟ,(ସିଲୁ ବିଶ୍ଵାଳ ): ବାର୍ଦ୍ଧକ୍ୟ ଭତ୍ତା କୁ ଚାହିଁ ଚାହିଁ ଆଖି ବୁଜି ଲେ ଉଛବ ।ଖଲ୍ଲିକୋଟ ବ୍ଲକ ଦାନପୁର ପଂଚାୟତ ର କରଞ୍ଜରା ଗ୍ରାମର ଉଛବ ବେହେରା ୭୦ ବର୍ଷ ବୟସରେ ସାମାନ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଈଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।ଉଛବ ଙ୍କ ସହ କରଞ୍ଜରା, ଦେଉଳପଲ୍ଲୀ, ଫାସିପଡା ଗ୍ରାମର ୪୩ ଜଣ ବୃଦ୍ଧ ଗତ ଅଗଷ୍ଟ ମାସ ୧୬ ଓ ଅକ୍ଟୋବର ମାସ ୧୬ ତାରିଖରେ ଦୁଇ ଟି ପର୍ଯ୍ୟାୟରେ ଧାରଣା ଦେଇଥିଲେ ।ସେମାନଙ୍କ ସମ୍ମୁଖରେ ସେହି ତିନୋଟି ଗ୍ରାମର ୭୮ ଜଣ ଙ୍କୁ ବ୍ଲକ ର ସମ୍ମିଳନୀ କକ୍ଷରେ ବିଡ଼ିଓ, ସରପଞ୍ଚ ଭତ୍ତା ପ୍ରଦାନ କରିଥିବା ବେଳେ ଧାରଣା ରତ ବୃଦ୍ଧ ମାନଙ୍କ ଦାବି ପ୍ରତି ଅଣଦେଖା କରି ଥିଲେ ।ଦୀର୍ଘ ୧୪ ଦିନ ଧାରଣା ରେ ବସିବା ଯୋଗୁଁ ୬୦ ରୁ ୯୦ ବର୍ଷ ବୟସ୍କ ଏହି ବୃଦ୍ଧ ମାନଙ୍କ ଶରୀର ଅସୁସ୍ଥ ହୋଇଯିବା ଯୋଗୁଁ ଧାରଣା କୁ ସ୍ଥଗିତ ରଖିଥିଲେ ।ଏହାପରେ ନଭେମ୍ବର ମାସ ୪ ତାରିଖରେ ଛତ୍ରପୁର ଠାରେ ଜିଲ୍ଲାପାଳ ଙ୍କୁ ଭେଟି ନିଜର ଦାବି ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।ତେବେ ବାର୍ଦ୍ଧକ୍ୟ ଭତ୍ତା କୁ ଚାହିଁ ଚାହିଁ ଉଛବ ବେହେରା ଶୁକ୍ରବାର ଅପରାହ୍ନରେ ପରଲୋକ ଗମନ କରିଛନ୍ତି ।ସାମାନ୍ୟ ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡିଏ ପାଇବା ପାଇଁ ପଂଚାୟତ ଓ ବ୍ଲକ କାର୍ଯ୍ୟଳୟ କୁ ଦୌଡ଼ି ଦୌଡ଼ି ଏହି ତିନୋଟି ଗ୍ରାମର କେତେ ଉଛବ ଆଖି ବୁଜିଲେଣି ବୋଲି ସମାଜସେବୀ ଗଗନ କୁମାର ପଟ୍ଟନାୟକ କହିଛନ୍ତି ।ଗରିବ ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ଉଛବ ନିଜର ଜୀବ ଦଶା ମଧ୍ୟରେ ସାମାନ୍ୟ ବାର୍ଦ୍ଧକ୍ୟ ଭତ୍ତାଟିଏ ନ ପାଇବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ