ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ସୁକୁମାରି ଶବର
ମୋହନା,( ଅଂଶୁମାନ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକ ମୋହନା ପଞ୍ଚୟତ ର ବାଡ଼େଇପୁର ଗାଁ ବ୍ଲକ ଠାରୁ ମାତ୍ର ୨କିମି ଦୂରରେ ଏହି ଗାଁ, ଗାଁ ସମିତି ସଭ୍ୟ ହୋଇଛନ୍ତି ଜୁନେସ ଶବର କିନ୍ତୁ ଆଜିକୁ ପ୍ରାୟ ୪ବର୍ଷ ହେଲାଣି କିନ୍ତୁ ନିଜ ଗ୍ରାମର କୌଣସି ଉର୍ଣ୍ଣତି କରିପାରି ନାହାନ୍ତି ସମାନ୍ୟ ଜଣେ ବୟସ୍କ ବୁଢା ତାଙ୍କ ସ୍ତ୍ରୀ ପାଇଁ ଖଣ୍ଡେ ଭତ୍ତା କରିବା ପାଇଁ କେତେ ଥର ସରପଞ୍ଚ ଶେଖର ମଳିକ ମେମ୍ବର ,ପ୍ରଦୀପ୍ତ ଶବର କୁ କହିଛନ୍ତି | ତାଙ୍କ ସ୍ତ୍ରୀ ସୁକୁମାରି ଶବର କୁ ୬୦ ପରେ ହେଲାଣି କିନ୍ତୁ ଆଜିଯାଏ ଭତ୍ତା ଖଣ୍ଡେ କେହି କରିଦେଉ ନାହାନ୍ତି ବୋଲି ଅଭିଯୋଗ ଶୁଣିବାକୁ ମିଳିଛି | ଭୋଟ୍ ବେଳେ ଗୋଡ଼ ହାତ ଧରି ନେହୁରା ହୋଇ ଭୋଟ ନେଇ ଜିତିଯାଆନ୍ତି ଜିତିବା ପରେ ସେମାନେ ଲୋକଙ୍କୁ ଭୁଲିଯାନ୍ତି ଏହାପରେ ଆରମ୍ଭ ହୁଏ ସେମାନଙ୍କର ନୂଆ ଖେଳ ନିଜର କିଛ ଲୋକମାନଙ୍କୁ ଧରି ଆରମ୍ଭ କରନ୍ତି ସେମାଙ୍କର ଖେଳ ,ସେତେବେଳେ ଆଉ ଗରିବ ଲୋକମାନଙ୍କର ଦୁଃଖ ଏମାନଙ୍କୁ ଦେଖାଯାଏ ନାହିଁ | ପଦବୀ ରେ ଥାଇ ଯଦି ସାମାନ୍ୟ ଭତ୍ତା ଟିଏ ଏମାନେ କରିପାରୁନାହାନ୍ତି ତ ଭବିଷ୍ୟତରେ ଏମାନେ ଏହି ଗାଁ ର କଣ ବିକାଶ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା |


