ବାର୍ଷିକୋତ୍ସବ ପାଇଁ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ର ପ୍ରସ୍ତୁତି ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ବୁଧବାର ପୂର୍ବାହ୍ନ ରେ କୋଣାର୍କ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସବ ନିମନ୍ତେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ଉତ୍କଳ ସାମ୍ବାଦିକସଂଘ ର ଉପଦେଷ୍ଟା ପ୍ରସନ୍ନ ତ୍ରିପାଠୀ,ଉତ୍କଳ ସାମ୍ବାଦିକ ସଙ୍ଘ ର ରାଜ୍ୟକାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଉତ୍କଳ ସାମ୍ବାଦିକ ସଂଘ ର କାର୍ଯ୍ୟକରୀ ସଦସ୍ୟ ସଞ୍ଜୟ କୁମାର ପତି, ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ଉପସଭାପତି କମଳ ଲୋଚନ ଦୀକ୍ଷିତ ପ୍ରମୁଖ ଯୋଗ ଦେଇ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ବାର୍ଷିକୋତ୍ସବ ଓ ରାଜ୍ୟ ସଂଘ ର କାର୍ଯ୍ୟକାରିଣୀ ବୈଠକ ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଆଗାମୀ ସେପ୍ଟେମ୍ବର ୭ ଓ ୮ ତାରିଖ ଦୁଇଦିନ ଧରି କୋଣାର୍କ ରେ ଏହି ଉତ୍ସବ ପାଳନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏହି ଉତ୍ସବ କୁ ସଫଳତା ସହିତ କରାଯିବା ନିମନ୍ତେ ପ୍ରତେକ ବ୍ଲକ ଓ ଏନଏସି ର ଥିବା ସାମ୍ବାଦିକ ସଙ୍ଘ ର ସଭାପତି ଓ ଅନ୍ୟ କର୍ମକର୍ତ୍ତା ଙ୍କୁ ନେଇ ୪ ଗୋଟି ଶୃଙ୍ଖଳା କମିଟି ଗଠନ କରାଯାଇଥିଲା ।ବାର୍ଷିକ ଉତ୍ସବ ରେ ଶ୍ରୀକ୍ଷେତ୍ର ବାର୍ତ୍ତାଜିବୀ ନାମକ ସ୍ମରଣୀକା ପୁସ୍ତକ ଉନ୍ମୋଚନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଆଜିର ଏହି ବୈଠକ ରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର କର୍ମକର୍ତ୍ତା ଯୋଗଦେଇ ଆଗାମୀ ଦିନରେ ସାମ୍ବାଦିକ ଙ୍କ ସାମ୍ବାଦିକତା କ୍ଷେତ୍ରରେ ଥିବା ସମସ୍ୟା କୁ କିପରି ଦୂର କରାଯାଇ ପାରିବ ସେନେଇ ଉତ୍କଳ ସାମ୍ବାଦିକ ସଙ୍ଘ ର କାର୍ଯ୍ୟକାରିଣୀ ବୈଠକ ରେ ବିସ୍ତ୍ରୁତ ଆଲୋଚନା କରାଯିବା ସହିତ ଏନେଇ ରାଜ୍ୟ ସରକାରଙ୍କ ସହିତ ବିସ୍ତ୍ରୁତ ଆଲୋଚନା ମାଧ୍ୟମରେ ସାମ୍ବାଦିକ ଙ୍କ ସୁରକ୍ଷା ବିଲ ଓ ସାମ୍ବାଦିକ ଙ୍କ ପେନସନ ଯୋଜନା ଲାଗୁ କରାଯିବା ନିମନ୍ତ୍ୱ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି କର ଙ୍କୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନିମନ୍ତେ ସମସ୍ତ ବିଷୟ ଅବଗତ କରାଇବା ସହିତ ପୁର୍ଣ ସହଯୋଗ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଥିଲା ।ବିଶେଷ ଭାବେ କୋଣାର୍କ ରେ ସାମ୍ବାଦିକ ଦୁର୍ଗାପ୍ରସାଦ ମହାପାତ୍ର ଙ୍କୁ ଆକ୍ରମଣ କରିଥିବା ୪ ଜଣ ଦୁର୍ବୃତ୍ତ ଙ୍କୁ ତୁରନ୍ତ ଗିରଫ କରିବାକୁ ସର୍ବସମ୍ମତି ଦାବି ପ୍ରକାଶ ପାଇଥିଲା ।ଏନେଇ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ବରିଷ୍ଠ ଅଧିକାରୀ ମାନେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଭେଟିବାକୁ ନିଷ୍ପତି ନିଆଯାଇଥିଲା ।ଆଜିର ଏହି ବୈଠକ ରେ ପୁରୀ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦାଶ, ଅବନୀ ଭୂଷଣ ବାରିକ ,ସନ୍ତୋଷ ରାୟ, ପ୍ରଶାନ୍ତ କୁମାର ବାରିକ, , ରାଜକିଶୋର ଦାଶ, ଜ୍ୟୋତିରଞ୍ଜନ ବେହେରା, , ବ୍ରହ୍ମାନନ୍ଦ ସ୍ୱାଇଁ, ମାନସ ସାମଲ, ଆଦିତ୍ୟ ରାଉତ, ଚିତ୍ତରଞ୍ଜନ ଜେନା, ବିବେକାନନ୍ଦ ସେଠୀ, ଧନଞ୍ଜୟ ବେହେରା, ବିଜୟ କୁମାର ବେହେରା, ପ୍ରଦୀପ କୁମାର ପଣ୍ଡା, ସମୀର କର, ପ୍ରସାର ଖୁଣ୍ଟିଆ, ବିଜୟ କୁମାର ମହାପାତ୍ର, ହେମନ୍ତ କୁମାର ସେଠୀ, ପ୍ରଫୁଲ୍ଲ କୁମାର ସାହୁ, ଅରୁଣ କୁମାର ବିଶ୍ୱାଳ, ମାନସ ରଞ୍ଜନ ପଣ୍ଡା, ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ