ବାର୍ଷିକ ଉତ୍ସବ ଉପଲକ୍ଷେ ‘ପ୍ରତିଭା’ ପତ୍ରିକା ଉନ୍ମୋଚିତ

ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍‌): ସରସ୍ବତୀ ଶିଶୁ ମନ୍ଦିର,ଜାମଦା ଆନୁକୂଲ୍ୟରେ ଚତୁର୍ବିଂଶତି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଏସ୍.ଡ଼ି.ପି.ଓ ସ୍ନେହାଶିସ୍ ସାହୁ,ସମ୍ମାନୀୟ ଅତିଥୀ ଦୁଷ୍ମନ୍ତ ବେହେରା,ମୁଖ୍ୟବକ୍ତା ଲଳିତ ମହାନ୍ତ ଶିକ୍ଷା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁ ମନ୍ଦିରର ସଭାପତି ମନ୍ମଥ ଗୋପ,ଉପସଭାପତି ପରେଶ ନାଥ ନନ୍ଦ ଯୋଗ ଦେଇ ବିଦ୍ୟାର୍ଥୀଗଣଙ୍କୁ ବକ୍ତବ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଲକ୍ଷ୍ମଣ ଟୁଡୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଟୁଡୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ”ପ୍ରାଚୀନ ଭାରତୀୟ ଶିକ୍ଷାଦର୍ଶ ପରିପ୍ରେକ୍ଷୀରେ ଆଧୁନିକ ଶିକ୍ଷା ଓ ଶିକ୍ଷାର୍ଥୀ:ଏକ ତୁଳନାତ୍ମକ ଅନୁଶୀଳନ”,ଆଧୁନିକ ବିଦ୍ୟା,ବିଦ୍ୟାୟତନ ଏବଂ ବିଦ୍ୟାର୍ଥୀଙ୍କ ଶିକ୍ଷା ସମସ୍ୟା ଓ ଏହାର କାରଣ ଆଉ ନିରାକରଣ ଉପରେ ଆଧାରିତ ଦ୍ବିତୀୟ ସଂଖ୍ୟା ‘ପ୍ରତିଭା’ ପତ୍ରିକାର ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ,ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଟୁଡୁ,ମୁଖ୍ୟବକ୍ତା ଲଳିତ ମହାନ୍ତ,ପରେଶ ନାଥ ନନ୍ଦ,ଶିଶୁ ମନ୍ଦିରର ସମ୍ପାଦକ ଲକ୍ଷ୍ମଣ ଟୁଡୁ,ମନ୍ମଥ ଗୋପ ‘ପ୍ରତିଭା’ ପତ୍ରିକାକୁ ଉନ୍ମୋଚନ କରିଥିଲେ । ଶେଷରେ ଭାସ୍କର ଚନ୍ଦ୍ର ପାଲ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ମନୋରଞ୍ଜନ କାର‌୍ୟ୍ୟକ୍ରମ ଶିଶୁ ମନ୍ଦିରର ବିଦ୍ୟାର୍ଥୀଗଣ ନାଚ ଗୀତ ପରିବେଷଣ କରି ଅଭିଭାବମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ