ବାର୍ଷିକ ଉତ୍ସବ ଓ ପୋଷାକ ବଣ୍ଟନ
ଶେରଗଡ,(ଦେବୀ ପ୍ରସାଦ ମିଶ୍ର): ଧବଳପୁର ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନ୍ଦିତା ଦାସ ଙ୍କ ପୌରହିତ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀନାରାୟଣ କର ଯୋଗଦେଇ ପିଲାମାନଙ୍କୁ ସୁନାଗରିକ ହେବା ନିମନ୍ତେ ଆହ୍ବାନ ଦେବା ସହ ଉତ୍ସାହିତ କରିଥିଲେ ।ସେହିପରି ମୁଖ୍ଯବକ୍ତା ଭାବେ ସାଉଥକୋ ସହକାରୀ ଯନ୍ତ୍ରୀ କେ.ଡିଲେଶ୍ବର ଆଚାରୀ ଯୋଗଦେଇ ପିଲାମାନେ ବଡ ହେଲେ କିପରି ଭଲ ମଣିଷ ହେବା ସହ ଉତ୍ତମ ଚରିତ୍ର ଗଠନ ନିମନ୍ତେ ଆହ୍ବାନ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଶୈଳେନ୍ଦ୍ରୀ ଦଳେଇ,ପୂର୍ବତନ ସିଆରସିସି କାଳୀଚରଣ ମିଶ୍ର, ସମାଜସେବୀ ଦେବୀ ପ୍ରସାଦ ଦାଶ,ଏସଏମସି ସଭାପତି ଉପେନ୍ଦ୍ର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ପୋଷାକ ବିତରଣ କରାଯାଇଥିଲା ।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ସୌଭାଙ୍ଗୀନି ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କମିଟି ମେମ୍ବର ଓ ସମସ୍ତ ଅଭିଭାବକ ମାନେ ଉପସ୍ଥିତ ଥିଲେ û


