ବାର୍ଷିକ କ୍ରୀଡ଼ାଉତ୍ସବ ଉଦଯାପିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ଦୁଇ ଦିନିଆ ୨୩ତମ ବାର୍ଷିକ କ୍ରୀଡ଼ାଉତ୍ସବ ଶିକ୍ଷାକେନ୍ଦ୍ର ପଡ଼ିଆ ଠାରେ ଉଦଯାପିତ ହୋଇଛି। ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ତୁଳସୀପୁର ପଞ୍ଚାୟତ ର ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଦ୍ଵିଜବର ମୁଦୁଲି, ସମାଜସେବୀ ଅରକ୍ଷିତ ଭୋଇ, ଶିକ୍ଷାକେନ୍ଦ୍ର ର ସମ୍ପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ, ଅଧ୍ୟକ୍ଷ ବନମାଳୀ ରାଉତ, ଉପାଧ୍ୟକ୍ଷ ନିରଞ୍ଜନ ସେନ ପ୍ରମୁଖ ଯୋଗଦାନ କରି କ୍ରିଡ଼ା ପ୍ରତିଯୋଗୀତା ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। କେଜି ୧ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲଙ୍ଗଜମ୍ପ , ଲକ୍ଷ୍ୟଭେଦ, ଆଳୁ ଚାମଚ, ଗୋଳା ଫିଙ୍ଗା ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷାକେନ୍ଦ୍ର ର ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଦାଶ, ଶିକ୍ଷକ ଗୋବିନ୍ଦ ଗୁରୁ, ଦିଲୀପ ରାଉତ ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ କ୍ରିଡ଼ା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ।


