ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ମଇ ବିଦ୍ୟାଳୟର ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ୨ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା କ୍ରୀଡା ପତାକା ଉତ୍ତୋଳନ କରିଥିଲେ । କ୍ରୀଡା ଶିକ୍ଷକ ଗଂଗାଧର ରାଉତଙ୍କ ପରିଚାଳନାରେ ୧୦୦ ମିଟର ଦୈାଡ, ସଟ୍‌ଫୁଟ୍‌, ଡିସ୍‌କସ୍‌, ସ୍ଲୋ ସାଇକେଲ ରେସ୍‌, ମ୍ୟୁଜିକ୍ ଚେୟାର, ସେକ୍‌ରେସ୍‌, ମ୍ୟାଥ୍ ରେସ୍‌, ଲଂଗ ଜମ୍ପ, ହାଇଜମ୍ପ ଆଦି ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ ଦେବାଶୀଷ ଜେନା, ବାଳିକା ବିଭାଗରେ ବର୍ଷାରାଣୀ ସେଠୀ ଚମ୍ପିୟନ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଶୋକ କୁମାର ସାହୁ, ସମାଜସେବୀ ବସନ୍ତ କୁମାର ବେହେରା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ମହେନ୍ଦ୍ର କୁମାର ପଳତା, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା, ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସେଠୀ, ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ପଣ୍ଡା ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଆଲୋକ କୁମାର ପ୍ରଧାନ ବେଦପାଠ ଓ ଶିକ୍ଷକ କଲ୍ୟାଣ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତି, ସ୍ୱାଗତିକା ମଲ୍ଲିକ, ପଦ୍ମନାଭ ବେହେରା, ନାରାୟଣ ପୃଷ୍ଟି, ନନ୍ଦ କିଶୋର ପଣ୍ଡା, ବୁଦ୍ଧିରାମ ସାହୁ, ତ୍ରିଲୋଚନ ଦାଶ, ନରେଶ ଚନ୍ଦ୍ର ହାଁସଦା, ପଦ୍ମିନୀ ସେଠୀ, ହରପ୍ରିୟା ପରିଡା, ରଶ୍ମିରାଣୀ ସୁଆର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ