ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ ସଭାପତି ଶରତ ଚନ୍ଦ୍ର ବିଷୋୟୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିରୁପେ ଅବସରପ୍ରାପ୍ତ ଶିକ୍ଷା ଅନୁପରିଦର୍ଶକ ଗୈାରାଙ୍ଗ ଚନ୍ଦ୍ର ରଣା , ସମ୍ମାନୀତ ଅତିଥିରୁପେ ବରିଷ୍ଠ ଆଇନଜୀବି ତଥା ସଂପାଦକ ସୀମାଞ୍ଚଳ ପୃଷ୍ଠି ,ବେଲଗୁଣ୍ଠା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ନୀଳମଣୀ ବିଷୋୟୀ ,ସମାଜସେବୀ ମଦନମୋହନ ସ୍ୱାଇଁ ,ସନ୍ତୋଷ କୁମାର ବିଷୋୟୀ , ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ କ୍ରୀଡାର ମହତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଚାରୋଟି ବିଭାଗର ବିଭିନ୍ନ ଖେଳ ଅ ନୁଷ୍ଠିତ । ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।ଶେଷର ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ସାହୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ