ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ମୟୂରଭଂଜ –  ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଇଦାପୋଷି ଗ୍ରାମର ‘ବାଇଦାପୋଷି କ୍ରୀଡା ସଂସଦ ‘ପକ୍ଷରୁ ଇନ୍ଦିରା ପଡ଼ିଆରେ ୨୪ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗୀତା ପ୍ରତିବର୍ଷ ପରି ଚଳିତ ବର୍ଷ ଫେବୃଆରୀ ୨ ତାରିଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୋରଡ଼ା ବିଜେଡି ବିଧାୟକ ରାଜ କିଶୋର ଦାସ, ମୁଖ୍ୟ ବକ୍ତା ଭାବେ ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା ପ୍ରମୁଖ ଯୋଗ ଦେଇ ଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ଓ ପତାକା ଉତ୍ତୋଳନ କରି କ୍ରୀଡା କାର‌୍ୟ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ବାଳକ ଓ ବାଳିକା ମାନଙ୍କର ଦ୍ୱାରା ଦୌଡ଼,ଟମାଟୋ ରେସ,ପଟାଟୋ ରେସ,ବାଳକ ମାନଙ୍କର ୪୦୦ ମି.୮୦୦ମି,ବୟସ୍କ ମାନଙ୍କର ୧୬୦୦ ମି ଦୌଡ,ମହିଳା ମାନଙ୍କର ଜଳପୂର୍ଣ୍ଣ କଳସ ଦୌଡ଼,ଝୋଟି ପ୍ରତିଯୋଗିତା,ଲାଖ ବିନ୍ଧା ପ୍ରତିଯୋଗୀତା କରାଯାଇଥିଲା । ପରେଆଦିବାସୀ ମାନଙ୍କର ବିଭିନ୍ନ ସମାଜର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ହଜାର ହଜାର ଦେଖାଣାହାରୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ