ବାର୍ଷିକ ପଞ୍ଚମୁଖି ପାରାୟଣ ଅନୁଷ୍ଠିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଂଚାୟତ ମଞ୍ଜୁରୀ ବଳଦେବଜୀଉ ପୀଠ ଠାରେ ବାର୍ଷିକ ପଞ୍ଚମୁଖି ପାରାୟଣ ଅନୁଷ୍ଠିତ ହୋଇଛି । ପୂଜକ ରଘୁନାଥ ପଣ୍ଡା ଓ ସନ୍ତୋଷ କୁମାର ମିଶ୍ରଙ୍କ ବୈଦିକ ମନ୍ତ୍ର ଆବାହନରେ ଦୈନିକ ସୂର୍ଯ୍ୟପୂଜା, ଗୁରୁପୂଜା, ମହାବୀରଙ୍କ ଷୋଡଶ ଉପଚାର ପୂଜା ସହିତ ବଳଦେବଜୀଉ ଙ୍କର ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେଉଛି । ଏଥିରେ ସନ୍ଥ ମନୋହର ଦାସ ଜୀ ମହାରାଜ, ପୁରୁଷୋତ୍ତମ ଜୀ ମହାରାଜ, ହିମାଂଶୁ ଭୂଷଣ ମହାରାଜ, ସନ୍ଥ ଶ୍ରୀ କମଳ ଲୋଚନ ମହାରାଜ, ଚିନ୍ମୟ ନନ୍ଦ ଜୀ ଦାସ ମହାରାଜ ପ୍ରମୁଖ ଉପସ୍ଥିତ ରହି ପ୍ରବଚନ ପ୍ରଦାନ କରିଥିବା ବେଳେ ପାରାୟଣ ଓ ଭଜନ କୀର୍ତ୍ତନ ପରିବେଷଣ କରୁଛନ୍ତି। କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ପ୍ରତ୍ୟହ ସନ୍ଧ୍ୟାରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଏଥିରେ ଯୋଗଦେଇ ପାରାୟଣ ଶ୍ରବଣ କରିବା ସହ ବିଭୁକୃପା ଲାଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ