ବାର୍ଷିକ ପୁରସ୍କାର ବିତରଣ ଅନୁଷ୍ଠିତ
ବାଣପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ବାଣପୁର ବ୍ଲକ ଅନ୍ତର୍ଗତ ବାଂଳୋଇ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି।ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ସହକାରୀ ଶିକ୍ଷକ ସଞ୍ଜୟ କୁମାର ଭୋଇ ଓ ଶ୍ରୀକାନ୍ତ ଘଡେ଼ଇ ମଞ୍ଚ ପରିଚାଳନା କରିଥିଲେ।ପୁରସ୍କାର ବିତରଣରେ ସ.ଶି. ସୌଭାଗିନୀ ସାହୁ,ଶ୍ରାବଣୀ ପ୍ରଧାନ ଓ ପିଙ୍କି ରଣସିଂ ସହଯୋଗ କରିଥିଲେ। ବିଦ୍ୟାଳୟର ବାର୍ଷିକ କ୍ରୀଡା,ବକ୍ତୃତା,ପ୍ରବନ୍ଧଲିଖନ,ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ରଣସିଂ ବରିଷ୍ଠ ବର୍ଗରେ ସପ୍ତମ ଶ୍ରେଣୀ ଛାତ୍ରୀ ଯୋଶୀ ପ୍ରିୟା ନାୟକ ଓ କନିଷ୍ଠ ବର୍ଗରେ ପଞ୍ଚମ ଶ୍ରେଣୀ ଛାତ୍ର ଦେବାଶିଷ ଭୋଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ।ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ ସାଂସ୍କୃତିକ କାର୍ଯକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବିନ୍ଦ୍ର ନାୟକ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲ।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ସ.ଶି. ବେଣୁଧର ସେନ୍ ଧନ୍ୟବାଦ ଅର୍ପଣ କରିଥିଲେ।


